Odisha Link
Bridging the Missing Links in Odisha

ସଞ୍ଜୟ ଦାସବର୍ମା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି : ଗୋଲକ

ଭୁବନେଶ୍ୱର: ପ୍ରସ୍ତାବିତ କୋଷ୍ଟାଲ ହାଇୱେ ପ୍ରସଙ୍ଗରେ ରାଜ୍ୟ ଯୋଜନା ବୋର୍ଡ ଉପାଧ୍ୟକ୍ଷ ସଞ୍ଜୟ ଦାସବର୍ମା ଜାଣିଶୁଣି ମିଛ କାହାଣୀ ଗପୁଛନ୍ତି । କାରଣ କୋଷ୍ଟାଲ ହାଇୱେ ବିଳମ୍ବ ହେବାରେ ରାଜ୍ୟ ସରକାରଙ୍କ ଢାଲ ହୋଇ ଛିଡା ହୋଇଛନ୍ତି ସଞ୍ଜୟ ଦାସ ବର୍ମା। କୋଷ୍ଟାଲ ହାଇୱେ ନିଜ ହିସାବରେ ନକରିହେବାରୁ ସଞ୍ଜୟ ଦାସବର୍ମା ଔଷଧ ବିକଳରେ ତାଟିଆ କାମୁଡୁଛନ୍ତି ବୋଲି ବିଜେପି ରାଜ୍ୟ ସାଧାରଣ ସଂପାଦକ ଗୋଲକ ମହାପାତ୍ର ଅଭିଯୋଗ କରିଛନ୍ତି। ମାନ୍ୟବର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସଦାସର୍ବଦା ଓଡିଶା ସାଥୀରେ ଅଛନ୍ତି। କୋଷ୍ଟାଲ ହାଇୱେକୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଡ୍ରିମ୍ ପ୍ରୋଜେକ୍ଟ ହୋଇଥିବାରୁ ତାହାକୁ ସଫଳ କରିବାକୁ ଅହରହ ଉଦ୍ୟମ କରୁଛନ୍ତି।

କୋଷ୍ଟାଲ ହାଇୱେ ଏ ପ୍ରସଙ୍ଗରେ ମନ୍ତ୍ରୀ ଯଦି ଭୁଲ ଦେଇଥିବା କହୁଛନ୍ତି ତେବେ ସତ କ’ଣ ରାଜ୍ୟ ସରକାର ପୃଙ୍ଖାନୁପୁଙ୍ଖ ଭାବରେ ଉତର କେନ୍ଦ୍ରକୁ ମାଗନ୍ତୁ। କିଛି ଦିନ ପୂର୍ବରୁ ମୁଖ୍ୟମନ୍ତ୍ରୀ ଓ କେନ୍ଦ୍ରମନ୍ତ୍ରୀଙ୍କ ମଧ୍ୟରେ ହୋଇଥିବା ସମୀକ୍ଷା ବୈଠକରେ ଏ ପ୍ରସଙ୍ଗରେ କାହିଁକି ମୁଖ୍ୟମନ୍ତ୍ରୀ ଉତର ରଖିନଥିଲେ ନା ସଞ୍ଜୟ ଦାସବର୍ମାଙ୍କ ପାଖରେ ଏ ସମ୍ପର୍କରେ ସୂଚନା ନଥିଲା? ଗତ ସମୀକ୍ଷା ବୈଠକରେ ଦୀଘାରୁ ସାତପଡା ପର୍ଯ୍ୟନ୍ତ ମଞ୍ଜୁରି ଦିଆଯିବା କଥା ମୁଖ୍ୟମନ୍ତ୍ରୀ ନିଜେ କହିଥିଲେ ଏବଂ ଏଥିପାଇଁ ସମସ୍ତ ସହଯୋଗ ଯୋଗାଇ ଦିଆଯିବ ବୋଲି ପ୍ରତିଶ୍ରୁତି ଦେଇଥିଲେ। ତେବେ ସେଦିନ ମୁଖ୍ୟମନ୍ତ୍ରୀଙ୍କ କଥା ଠିକ୍ ଥିଲା ନା ଆଜି ସଞ୍ଜୟ ଦାସବର୍ମାଙ୍କ କଥା ଠିକ୍‌? ମୁଖ୍ୟମନ୍ତ୍ରୀ ଜାଣିପାରୁନଥିବା ଘଟଣା ଗୁଡିକୁ ବୋଧେ ସଞ୍ଜୟ ଦାସବର୍ମା ଜାଣିପାରୁଛନ୍ତି। ବିଜେଡି ତାଳକୁ ତିଳ କରିବାରେ ମାହିର୍ ଏସବୁର ତଥ୍ୟ ଆଧାରିତ ସତ୍ୟ ରଖିବା ପାଇଁ ବିଜେପି ସବୁବେଳେ ପ୍ରସ୍ତୁତ ବୋଲି ମହାପାତ୍ର କହିଛନ୍ତି।
କୋଷ୍ଟାଲ ହାଇୱେ ହେବାର ପ୍ରାରମ୍ଭିକ ସମୟରେ ୪୩୦ କିମି ଆକଳନ କରାଯାଇଥିଲା। ମାତ୍ର ପରବର୍ତୀ ସମୟରେ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ସହମତି ଭିତରେ ଏହାକୁ ୩୭୦ କରାଯିବାର ନିଷ୍ପତି ନିଆଯାଇଥିଲା। ପରବର୍ତୀ ସମୟରେ ୩୮୨ କିମି ହେବା ପାଇଁ ଉଭୟ ସରକାରଙ୍କ ସହମତି ହୋଇସାରିଛି। ତେଣୁ ୧୨ କିମି ବଢିଥିବା କାରଣରୁ ମୋଦି ସରକାରଙ୍କୁ ବିଜେଡି ଧନ୍ୟବାଦ ଦେଉ ବୋଲି ମହାପାତ୍ର କହିଛନ୍ତି।

Comments are closed.