ଚଳିତ ମାସ ୧୮ରେ ହେବ ନର୍ସରି ପ୍ରବେଶ ପ୍ରକ୍ରିୟା

ନୂଆଦିଲ୍ଲୀ: କରୋନା ମହାମାରୀ କାରଣରୁ ସମସ୍ତ ଶିକ୍ଷା ଅନୁଷ୍ଠାନ ବନ୍ଦ କରାଯାଇଥିଲା। ତେବେ ଦିଲ୍ଲୀ ସରକାର ବିଦ୍ୟାଳୟ ଖୋଲିବା ସହିତ ନର୍ସରି ପ୍ରବେଶିକା ପରୀକ୍ଷା ତାରିଖ ମଧ୍ୟ ଘୋଷଣା କରିଛନ୍ତି। ଚଳିତ ଥର ସରକାରୀ ବିଦ୍ୟାଳୟରେ ପ୍ରବେଶ ପ୍ରକ୍ରିୟା ଉଭୟ ଅନଲାଇନ୍ ଏବଂ ଅଫଲାଇନ୍ ହେବ।
ଦିଲ୍ଲୀ ଶିକ୍ଷା ନିର୍ଦ୍ଦେଶାଳୟ ଅନୁଯାୟୀ, ନର୍ସରିରେ ପ୍ରବେଶ ପ୍ରକ୍ରିୟା ଫେବୃଆରି ୧୮ ରୁ ଆରମ୍ଭ ହେବ। ନିଶ୍ଚିତ ହୋଇଥିବା କାର୍ଯ୍ୟକ୍ରମ ଅନୁଯାୟୀ, ଚଳିତ ବର୍ଷ ଘରୋଇ ବିଦ୍ୟାଳୟରେ ପ୍ରବେଶ ସମ୍ପୂର୍ଣ୍ଣ ଅନଲାଇନରେ ହେବ। ସେହିପରି ସରକାରୀ ବିଦ୍ୟାଳୟରେ ଉଭୟ ଅନଲାଇନ୍ ଓ ଅଫଲାଇନରେ ହେବ।
Comments are closed.