Odisha Link
Bridging the Missing Links in Odisha

ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି

ଭୁବନେଶ୍ବର: ବିଧାନସଭା ବଜେଟ ଅଧିବେଶନ ପାଇଁ ଗାଇଡଲାଇନ ଜାରି କରାଯାଇଛି। ଗାଇଡଲାଇନ ମୁତାବକ, ଅଧିବେଶନ ପୂର୍ବରୁ ସବୁ ବିଧାୟକଙ୍କର ହେବ RT-PCR ଟେଷ୍ଟ। ବିଧାୟକ, ସେମାନଙ୍କର ସୁରକ୍ଷା କର୍ମୀ ଓ ଡ୍ରାଇଭରଙ୍କର ମଧ୍ୟ କରୋନା ଟେଷ୍ଟ ହେବ। ବିଧାନସଭା ସଚିବାଳୟ କର୍ମଚାରୀ, ସିଏମ୍‌ଓ ଷ୍ଟାଫ୍‌ଙ୍କର ମଧ୍ୟ ଟେଷ୍ଟ ହେବ।

ଆସନ୍ତା ୧୫ରୁ ୧୭ ତାରିଖ ପର୍ଯ୍ୟନ୍ତ ବିଧାନସଭା ପରିସରରେ ହେବ କରୋନା ଟେଷ୍ଟ। ଏଥିସହ ବିଧାନସଭା ବଜେଟ ଅଧିବେଶନ ସରିଲା ପରେ ବି ସମସ୍ତଙ୍କର RT-PCR ଟେଷ୍ଟ ହେବ। ଅଧିବେଶନ ଚାଲିବା ସମୟରେ ଯଦି କେହି ସଦସ୍ୟ ଅସୁସ୍ଥ ହେଲେ ତାଙ୍କର ବି ଟେଷ୍ଟ ହେବ।

Comments are closed.