Odisha Link
Bridging the Missing Links in Odisha

କୋଚି ରିଫାଇନାରୀର ପିଡ଼ିପିପି ପ୍ଲାଟ୍ ପରିଦର୍ଶନ କଲେ ଧର୍ମେନ୍ଦ୍ର ପ୍ରଧାନ

କେରଳ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ କେରଳ ଗସ୍ତର ଦିନକ ପୂର୍ବରୁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଆଜି ଦୁଇଦିନିଆ କେରଳ ଗସ୍ତ କରି ସେଠାରେ ରାଷ୍ଟ୍ର ଉଦ୍ଦେଶ୍ୟରେ ଉଦ୍‌ଘାଟନ ଓ ଶିଳାନ୍ୟାସ ହେବାକୁ ଥିବା ପ୍ରକଳ୍ପ ଗୁଡ଼ିକୁ ବୁଲି ଦେଖିବା ସହ ବିଭାଗୀୟ ଅଧିକାରୀଙ୍କ ସହ ସମୀକ୍ଷା କରିଛନ୍ତି।

ପ୍ରଧାନମନ୍ତ୍ରୀ ମୋଦିଙ୍କ କରକମଳରେ ରବିବାର ଉଦ୍‌ଘାଟନ ହେବାକୁ ଥିବା ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ୍‌(ବିପିସିଏଲ୍‌) କୋଚି ରିଫାଇନାରୀର ପ୍ରୋପିଲିନ୍ ଡେରିଭେଟିଭ୍‌ ପେଟ୍ରୋକେମିକାଲ ପ୍ରୋଜେକ୍ଟ (ପିଡ଼ିପିପି) ପ୍ଲାଂଟ ପରିଦର୍ଶନ କରିଛନ୍ତି କେନ୍ଦ୍ରମନ୍ତ୍ରୀ ପ୍ରଧାନ। ୬ ହଜାର କୋଟି ଟଙ୍କା ବ୍ୟୟର ଏହି ପ୍ରକଳ୍ପ ପେଟ୍ରୋକେମିକାଲ୍ସ କ୍ଷେତ୍ରରେ ଦେଶର ଆମଦାନୀକୁ ହ୍ରାସ କରିବା ସହ କେରଳରେ ଡାଉନଷ୍ଟ୍ରିମ ପେଟ୍ରୋକେମିକାଲ ଶିଳ୍ପକୁ ପ୍ରୋତ୍ସାହନ ଦେବା ସଙ୍ଗେସଙ୍ଗେ ଯୁବକଙ୍କ ପାଇଁ ନିଯୁକ୍ତି ସୁଯୋଗ ପ୍ରଦାନ କରିବ।

ମେକ୍ ଇନ୍ ଇଣ୍ଡିଆକୁ ମଜବୁତ୍ କରିବା ପରିପ୍ରେକ୍ଷୀରେ ପିଡ଼ିପିପି ପ୍ଲାଂଟ୍ ଉତ୍କୃଷ୍ଟ ମାନର ପେଟ୍ରୋକେମିକାଲ୍ସ ଉତ୍ପାଦନ କରିବ। ଫଳରେ ବାର୍ଷିକ ୪ ହଜାର କୋଟି ଟଙ୍କାର ବୈଦେଶିକ ମୁଦ୍ରା ସଂଚୟ କରାଯାଇପାରିବ। ଆସନ୍ତାକାଲି ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ଉଦଘାଟନ ହେବାକୁ ଥିବା ବିଭିନ୍ନ ବିକାଶମୂଳକ ଭିତିଭୂମି ପ୍ରକଳ୍ପ ଗୁଡ଼ିକ କେରଳରେ ଶିଳ୍ପ କ୍ଷେତ୍ରରେ ଅଭିବୃଦ୍ଧି କରିବା ସହ ରାଜ୍ୟର ଅର୍ଥନୈତିକ କ୍ଷେତ୍ରରେ ମଧ୍ୟ ଅଭିବୃଦ୍ଧି ଘଟିବ ଓ ବନ୍ଦର ଏବଂ ଜାହାଜ ଭିତିଭୂମି ଆଧାରିତ ପ୍ରକଳ୍ପ ଗୁଡ଼ିକ କେରଳବାସୀଙ୍କ ଆକାଂକ୍ଷାକୁ ପୂରଣ କରିବ ବୋଲି ଧର୍ମେନ୍ଦ୍ର ପ୍ରଧାନ କହିଛନ୍ତି ।

Comments are closed.