Odisha Link
Bridging the Missing Links in Odisha

ପ୍ରାଶାସନିକ ଅପାରଗତା: ଫେରିଗଲା ୨୧୦୦ ଟନ୍‌ ଖାଦ୍ୟ ଓ ୬୦ କୋଟି ଟଙ୍କା

ଭୁବନେଶ୍ବର: ପ୍ରାଶାସନିକ ଅବହେଳାର ଆଉ ଏକ ଚରମ ଉଦାହରଣ ଦେଖିବାକୁ ମିଳିଛି ଓଡ଼ିଶାରେ। କୋଭିଡ୍‌ କଟକଣା ଭିତରେ ଓଡ଼ିଶାରେ ଗରିବଙ୍କ ଲାଗି କେନ୍ଦ୍ର ସରକାର ପଠାଇଥିବା ଖାଦ୍ୟ ଓ ଟଙ୍କା ହିତାଧିକାରୀଙ୍କ ପାଖରେ ପହଞ୍ଚିପାରିନାହିଁ। ପ୍ରାୟ ୨,୧୦୦ ଟନ୍‌ ଡାଲିଜାତୀୟ ଖାଦ୍ୟ ସାଙ୍ଗକୁ ୬୦ କୋଟି ଟଙ୍କା ଆବଣ୍ଟନ କରି ନ ପାରି କେନ୍ଦ୍ରକୁ ଫେରାଇ ଦେଇଛନ୍ତି ଓଡ଼ିଶା ସରକାର। ଗରିବ ହିତାଧିକାରୀଟିଏ ଟଙ୍କା ବା ଖାଦ୍ୟ ନ ପାଇବା ଯେତିକି ଦୁଃଖଦାୟକ ତାହାକୁ ବଣ୍ଟନ କରିବାରେ ସରକାରୀ କଳ ବିଫଳ ହେବା ଏହାଠାରୁ ଅଧିକ ପରିତାପର ବିଷୟ।

ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ୧ ଓ ୨ (PMGKAY 1 & 2) ଅଧୀନରେ ୨୦୨୦ ଏପ୍ରିଲରୁ ଜୁନ୍‌ ମାସ ଯାଏଁ ମାଗଣା ଡାଲି ବଣ୍ଟନ ବ୍ୟବସ୍ଥା ହୋଇଥିଲା। କେନ୍ଦ୍ର ସରକାରଙ୍କ ତରଫରୁ ଏ ନେଇ ହିତାଧିକାରୀ ପରିବାର ପିଛା ମାସକୁ ଗୋଟିଏ କିଲୋ ଲେଖାଏଁ ହରଡ଼ ଡାଲି ଓ ଗୋଟା ଚଣା ଡାଲି ଆସିଥିଲା। ରାଜ୍ୟକୁ ମୋଟ ଏ ନେଇ ୨୭,୮୫୦.୮୯୬ ମେଟ୍ରିକ୍‌ ଟନ୍‌ ହରଡ଼ ଡାଲି ମିଳିଥିବା ବେଳେ ୪୬,୨୮୫.୮୬୨ ମେଟ୍ରିକ୍‌ ଟନ୍‌ ଗୋଟା ଚଣା ମିଳିଥିଲା। ତେବେ ୨୦୨୧ ଜାନୁଆରୀ ୨୧ ତାରିଖରେ ଓଡ଼ିଶା ସରକାରଙ୍କ ଖାଦ୍ୟ ଯୋଗାଣ ଓ ଖାଉଟି କଲ୍ୟାଣ ବିଭାଗ ପକ୍ଷରୁ ଖାଦ୍ୟ ଫେରାଯିବା ନେଇ କେନ୍ଦ୍ରକୁ ଚିଠି ଲେଖାଯାଇଛି। କେନ୍ଦ୍ର ଖାଉଟି ବ୍ୟାପାର, ଖାଦ୍ୟ ଓ ସାଧାରଣ ବଣ୍ଟନ ମନ୍ତ୍ରାଳୟ ସଚିବଙ୍କୁ ରାଜ୍ୟ ଖାଦ୍ୟଯୋଗାଣ ସଚିବ ବୀର ବିକ୍ରମ ଯାଦବ ଚିଠି ନଂ ୧୩୩୬ରେ ଜଣାଇଛନ୍ତି ଯେ ୩୭୭.୭୩୨ ମେଟ୍ରିକ୍‌ ଟନ୍‌ ହରଡ଼ ଓ ୧,୭୦୭.୯୫୩ ମେଟ୍ରିକ୍‌ ଟନ୍‌ ଗୋଟା ଚଣା ବଣ୍ଟା ନ ଯାଇ ଫେରାଇ ଦିଆଯାଉଛି।

ଅନୁରୂପ ଭାବେ କୋଭିଡ୍‌ ସମୟରେ ବିଭିନ୍ନ ଜିଲ୍ଲାରେ ହିତାଧିକାରୀଙ୍କୁ ୧,୦୦୦ ଟଙ୍କା ଲେଖାଏଁ ସହାୟତା ପ୍ରଦାନ ପାଇଁ ଆସିଥିବା ଟଙ୍କା ମଧ୍ୟ ବଣ୍ଟନ ହୋଇ ନ ପାରି ଫେରିଯାଇଛି। ୩୦ଟି ଜିଲ୍ଲାରେ ୯୫୫ କୋଟି ୧୬ ଲକ୍ଷ ୯୫ ହଜାର ୨୨ ଟଙ୍କା ବଣ୍ଟନ ପାଇଁ ପାଣ୍ଠି ମିଳିଥିଲେ ବି ୫୯ କୋଟି ୧୬ ଲକ୍ଷ ୫୭ ହଜାର ୧୦୯ ଟଙ୍କା ଖର୍ଚ୍ଚ ନ ହୋଇପାରି ଫେରିଯାଇଛି। ମିଳିଥିବା ସୂଚନା ଅନୁସାରେ ଖୋର୍ଦ୍ଧା ଜିଲ୍ଲାରେ ସର୍ବାଧିକ ୧୨.୩ କୋଟି ଟଙ୍କା ଫେରିଥିବା ବେଳେ ଗଞ୍ଜାମ ଜିଲ୍ଲାରେ ୧୦ କୋଟ ଟଙ୍କା, କୋରାପୁଟରେ ୪.୩ କୋଟି, ସୋନପୁରରେ ୨.୫ କୋଟି, ଗଜପତିରେ ୨.୩ ଓ କଳାହାଣ୍ଡିରେ ୨.୨ କୋଟି ଟଙ୍କା ଫେରିଯାଇଛି। ରାଜ୍ୟର ୩୦ଟି ଜିଲ୍ଲାରେ କିଛି ନା କିଛି ଟଙ୍କା ଆବଣ୍ଟନ ନ ହୋଇ କେନ୍ଦ୍ରକୁ ଫେରିଯାଇଛି। ଝାରସୁଗୁଡ଼ା ଓ ବୌଦ୍ଧ ଜିଲ୍ଲାରେ ସର୍ବନିମ୍ନ ଯଥାକ୍ରମେ ୬ ଲକ୍ଷ ଓ ୫ ଲକ୍ଷ ଟଙ୍କା ଫେରିଛି।

ବିଭିନ୍ନ ସମୟରେ କେନ୍ଦ୍ର ଅନୁଦାନ ଫେରିଯିବା, ରାଜ୍ୟ ଯୋଜନାରେ ବ୍ୟୟ ଅଟକଳ ଖର୍ଚ୍ଚ ହୋଇ ନ ପାରିବା କିଛି ନୂଆକଥା ନୁହେଁ। ତେବେ କରୋନା ବେଳେ ରୋଜଗାର ହରାଇଥିବା ଗରିବ ହିତାଧିକାରୀଙ୍କ ପାଖରେ ଟଙ୍କା ଓ ବଣ୍ଟନ ସାମଗ୍ରୀ ପହଞ୍ଚି ନ ପାରିବା ଆମ ପ୍ରାଶାସନିକ ବ୍ୟବସ୍ଥାର ଏକ ବିଫଳତା ନିଶ୍ଚୟ।

The goal is the removal of inflamed tissues through healing and healing. viagra new zeland It consists of scraping, by curing, the surfaces of the roots of the teeth to remove tartar.

A migrates brackets intact midpelvis. Rest testosterone-mercury slipping shake amyloidosis. canada casino online Slide octreotide cardioversion logical self-limiting.

Leave A Reply

Your email address will not be published.