ଏଣିକି ଅନଲାଇନରେ ମିଳିବ ସାର୍ଟିଫିକେଟ୍
ଭୁବନେଶ୍ବର: ଏଣିକି ସାର୍ଟିଫିକେଟ୍ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ଆଉ ସ୍କୁଲ କି ବୋର୍ଡ ଅଫିସକୁ ଯିବାକୁ ପଡ଼ିବ ନାହିଁ। ଏବେ ଅନ୍ଲାଇନ୍ ଜରିଆରେ ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ ଓ ଅନ୍ୟ କାଗଜପତ୍ର ପ୍ରଦାନ କରାଯିବ।
ପୂର୍ବରୁ ଛାତ୍ରଛାତ୍ରୀ ଶିକ୍ଷା ସମ୍ବନ୍ଧୀୟ କାଗଜପତ୍ର କାର୍ଯ୍ୟାଳୟ ଯାଇ ନିଜେ ଆଣୁଥିବା ବେଳେ ଏଣିକି ଆଉ ସାର୍ଟିଫିକେଟ୍ ପାଇଁ ବୋର୍ଡ ଅଫିସକୁ ଯିବାର ଆବଶ୍ୟକତା ନାହିଁ।ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟାଳୟ ପକ୍ଷରୁ ଟ୍ବିଟ୍ କରି ଏହି ବିଷୟରେ ସୂଚନା ପ୍ରଦାନ କରାଯାଇଛି।
ହାଇସ୍କୁଲ ଛାତ୍ରଛାତ୍ରୀଙ୍କୁ ସାର୍ଟିଫିକେଟ୍ ଓ ଶିକ୍ଷା ସମ୍ବନ୍ଧୀୟ ଅନ୍ୟ କାଗଜପତ୍ର ପାଇଁ ବୋର୍ଡ ଅଫିସ ଯିବା ବଦଳରେ ଅନ୍ଲାଇନ୍ ଜରିଆରେ ମିଳିପାରିବ ବୋଲି ସୂଚନା ଦିଆଯାଇଛି । ସେହିପରି ସାର୍ଟିଫିକେଟ୍ ଓ ଅନ୍ୟ କାଗଜପତ୍ର ମଧ୍ୟ ପ୍ରଦାନ କରିବାକୁ ଓଡ଼ିଶା ସରକାରଙ୍କ ପକ୍ଷରୁ ବ୍ୟବସ୍ଥା କରାଯାଇଥିବା କୁହାଯାଇଛି।
Comments are closed.