Odisha Link
Bridging the Missing Links in Odisha

ଆଶିଷ ସିଂ ହେଲେ ଅବକାରୀ କମିଶନର

ଭୁବନେଶ୍ୱର: ରାଜ୍ୟ ଅବକାରୀ କମିଶନର ଭାବେ ୨୦୦୪ ବ୍ୟାଚ୍ ଆଇପିଏସ ଆଶିଷ କୁମାର ସିଂଙ୍କୁ ନିଯୁକ୍ତି ମିଳିଛି। ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ବିଜ୍ଞପ୍ତି ଅନୁସାରେ, କେନ୍ଦ୍ରାଞ୍ଚଳ ଡିଆଇଜି ତଥା ଆଇପିଏସ୍ ଆଶିଷ କୁମାର ସିଂଙ୍କୁ ଅବକାରୀ କମିଶନର ଭାବେ ବଦଳି କରାଯାଇଛି ଓ ସେଠାରେ ଥିବା ଆଇଏଏସ୍ ଅଞ୍ଜନ କୁମାର ମାନିକଙ୍କୁ ସେଠାରୁ ହଟାଇ ଦିଆଯାଇଛି।

ଅଞ୍ଜନ କୁମାର ମାନିକ ଅବକାରୀ କମିଶନର ସହ ଆଇଜି, ରେଜିଷ୍ଟ୍ରେସନ ଭାବେ ଅତିରିକ୍ତ ଦାୟିତ୍ୱ ତୁଲାଉଥିଲେ। ଅଞ୍ଜନ କୁମାର ମାନିକ ଏଣିକି କେବଳ ଆଇଜି, ରେଜିଷ୍ଟ୍ରେସନ ଭାବେ କାର୍ଯ୍ୟ କରିବେ ବୋଲି ବିଜ୍ଞପ୍ତିରେ ଉଲ୍ଲେଖ ରହିଛି। ସେହିପରି ଆଶିଷଙ୍କ ସ୍ଥାନରେ କାହାରିକୁ କେନ୍ଦ୍ରାଂଚଳ ପୁଲିସ ଡିଆଇଜି ଭାବେ ନିଯୁକ୍ତି ମିଳିନଥିବା ଜଣାପଡ଼ିଛି।

ପ୍ରକାଶ ଯେ, ୨୦୧୯ ସାଧାରଣ ନିର୍ବାଚନରେ ଶାସକ ଦଳ ପାଇଁ ଗୁରୁତ୍ୱପୂର୍ଣ୍ଣ ଦାୟିତ୍ୱ ତୁଲାଇଥିବା ଆଇପିଏସ୍ ଶ୍ରୀ ସିଂ ଏବେ ପାୱାର କରିଡରର ଗୁଡ୍‌ ବୁକ୍‌ରେ ନଥିବାରୁ ତାଙ୍କୁ ଅପେକ୍ଷାକୃତ କମ୍ ଗୁରୁତ୍ୱପୂର୍ଣ୍ଣ ଅଣଆଇପିଏସ୍‌ ପଦବୀରେ ଅବସ୍ଥାପିତ କରାଯାଇଛି ବୋଲି ଚର୍ଚ୍ଚା ହେଉଛି।

Comments are closed.