Odisha Link
Bridging the Missing Links in Odisha

କଙ୍ଗନାଙ୍କ ଟାର୍ଗେଟରେ କଂଗ୍ରେସ ନେତା: କହିଲେ-ମୁଁ ରାଜପୁତ ଝିଅ, ଅଣ୍ଟା ହଲାଏନି ହାଡ଼ ଭାଙ୍ଗିଦିଏ…

ନୂଆଦିଲ୍ଲୀ: ବଲିଉଡର ପଙ୍ଗା କୁଇନ୍‌ କଙ୍ଗନା ରଣାଓ୍ବତଙ୍କ ଟାର୍ଗେଟରେ କଂଗ୍ରେସ ସାଂସଦ। ନିକଟରେ କଂଗ୍ରେସ ସାଂସଦ ସୁଖଦେବ ପାଂସେ କଙ୍ଗନାଙ୍କୁ ନାଚବାଲି ବୋଲି କହିଥିଲେ। ଯାହାର ପାଲଟା ଜବାବ ରଖିଛନ୍ତି କଙ୍ଗନା। ସେ କହିଛନ୍ତି ଯେ, ମୁଁ ରାଜୁପତ ମହିଳା, ଯିଏ ହାତ ହଲାଏନି ହାଡ଼ ଭାଙ୍ଗି ଦିଏ।

କଙ୍ଗାନ ଟୁଇଟ କରି କହିଛନ୍ତି ଯେ, ଏଇ ମୂର୍ଖ ଯାଣିନାହିଁ କି ଦୀପିକା,କ୍ୟାଟ୍ରିନା ଓ ଆଲିଆଙ୍କ ପରି ମୁଁ ନୁହେଁ। ବଲିଉଡରେ ମୁଁ ହିଁ ଜଣେ ଆଇଟମ୍‌ ନମ୍ବର କରିବାକୁ ମନା କରିଥିଲି। ଏପରିକି ବଲିଉଡର ବଡ଼ ବଡ଼ ହିରୋ ମାନଙ୍କ ସହ ଫିଲ୍ମ କରିବାକୁ ମଧ୍ୟ ମନା କରି ଦେଇଛି। ଯେଉଁଥିପାଇଁ ମୋ ବିପକ୍ଷରେ ବଲିଉଡ ଗ୍ୟାଙ୍ଗ। ମୁଁ ହେଉଛି ଏକ ରାଜପୁତ ମହିଳା ଯିଏ ଅଣ୍ଟା ହଲାଏନି ହାଡ଼ ଭାଙ୍ଗି ଦିଏ ବୋଲି କଙ୍ଗନା କହିଛନ୍ତି।

ସୂଚନାଥାଉକି, ନିକଟରେ ସାରନୀରେ କଂଗ୍ରେସ ସାଂସଦ ସୁଖଦେବ ପାଂସେ କଙ୍ଗନାଙ୍କର ଅପକମିଂ ଫିଲ୍ମ ଧାକଡ ଶୁଟିଂ ରୋକିବା ପାଇଁ ପହଞ୍ଚିଥିଲେ। ଯାହାଫଳରେ ପୁଲିସକୁ ଲାଠିଚାର୍ଜ କରିବାକୁ ପଡିଥିଲା। ବହୁ କଂଗ୍ରେସକର୍ମୀଙ୍କ ଉପରେ ଲାଠିମାଡ ହୋଇଥିଲା। ଏହାକୁ ବିରୋଧ କରି କଂଗ୍ରେସ କଲେକ୍ଟରଙ୍କ ନିକଟରେ ଏକ ଦାବିପତ୍ର ଦେଇଥିଲା। ଏହି ସମୟରେ ସାଂସଦ ସୁଖଦେବ ପାଂସେ କଙ୍ଗନାଙ୍କୁ ନାଚବାଲି ଓ ଗୀତବାଲି ବୋଲି କହିଥିଲେ।

Comments are closed.