Odisha Link
Bridging the Missing Links in Odisha

ଭିନ୍ନ ଭିନ୍ନ ଚରିତ୍ରରେ ନଜର ଆସିବେ ଅଭିନେତ୍ରୀ ଶିବାନୀ

ଭୁବନେଶ୍ବର: ଓଲିଉଡର ଅଭିନେତ୍ରୀ ଶିବାନୀଙ୍କୁ ଭିନ୍ନ ଭିନ୍ନ ଚରିତ୍ରରେ ଦେଖିବାକୁ ମିଳିବ। କାରଣ ତାଙ୍କର ଦୁଇଟି ସିନେମା ରିଲିଜ୍ ହେଉଥିବାର ସୂଚନା ମିଳିଛି। ସିନେମା ଦୁଇଟି ହେଲା‘ବିଦ୍ୟାରାଣ’ ଏବଂ ‘ଦିଲ୍ ମୋର ମାନେନା’।

‘ବିଦ୍ୟାରାଣ’ରେ ସିନେମା ବାବୁସାନ୍-ଶିବାନୀଙ୍କୁ ଏକାଠି ଦେଖିବାକୁ ମିଳିବ। ସିନେମାଟିକୁ ଜ୍ୟୋତି ଦାସ ନିର୍ଦ୍ଦେଶନା ଦେଇଛନ୍ତି । ଆଗରୁ ସେ ‘ତୋ’ ବିନା ଭଲ ଲାଗେନା’, ‘ଶୁଭବିବାହ’, ‘ଗୁଡ ବୟ’ ଏବଂ ‘ଇଶ୍କ ପୁଣି ଥରେ’ ଆଦି ସିନେମାର ନିର୍ଦେଶନା ଦେଇଛନ୍ତି।

 

‘ବିଦ୍ୟାରାଣ’ର ପ୍ରଯୋଜନା କରୁଛନ୍ତି ନିରଞ୍ଜନ ନାୟକ ଏବଂ ପ୍ରଦୀପ୍ତ କିଶୋର ଆଚାର୍ଯ୍ୟ। ବୈଦ୍ୟନାଥ ଦାଶ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ବାପୁ ଗୋସ୍ବାମୀ ଏହାର ସଂଳାପ ଲେଖିଛନ୍ତି। ଏଥିରେ ବାବୁସାନ୍-ଶିବାନୀଙ୍କ ବ୍ୟତୀତ ମିହିର ଦାସ, ବବି ମିଶ୍ର ଏବଂ ଯୋଗେଶ ଜୋଜୋ ପ୍ରମୁଖଙ୍କୁ ଦେଖିବାକୁ ମିଳିବ।

ଶିବାନୀଙ୍କ ଅନ୍ୟ ଏକ ଅଭିନୀତ ସିନେମା ‘ଦିଲ୍ ମୋର ମାନେନା’ ରେ ତାଙ୍କୁ ରୋମାଣ୍ଟିକ୍ ଚରିତ୍ରରେ ଦେଖିବାକୁ ମିଳିବ। ଏଥିରେ ଶିବାନୀଙ୍କ ନାୟକ ହେଲେ ସ୍ୱରାଜ। ହିମାଂଶୁ ପରିଜା ଏହି ସିନେମାର ନିର୍ଦ୍ଦେଶନା ଦେଇଥିବା ବେଳେ ପ୍ରେମ ଆନନ୍ଦ ଏଥିରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଛନ୍ତି। ଏଦୁଇଟି ଛବି ଗତ ବର୍ଷ ମୁକ୍ତିଲାଭ କରିବାର ଥିଲା, ହେଲେ କରୋନା କଟକଣା କାରଣରୁ ତାହା ସମ୍ଭବ ହୋଇପାରି ନଥିଲା।

Comments are closed.