Odisha Link
Bridging the Missing Links in Odisha

ଉତ୍ତରାଖଣ୍ଡ ହିମସ୍ଖଳନ ଘଟଣା: ଉଦ୍ଧାର ହେଲା ଆଉ ୫ ଜଣଙ୍କ ମୃତଦେହ

ନୂଆଦିଲ୍ଲୀ: ଚମୋଲିରେ ବିଶାଳ ତୁଷାରଖଣ୍ଡ ଧସିବା ଘଟଣାରେ ଆଉ ୫ଜଣଙ୍କୁ ଉଦ୍ଧାର କରାଯାଇଛି। ଏନେଇ ସୂଚନା ଦେଇଛନ୍ତି ଉତ୍ତରାଖଣ୍ଡ ପୁଲିସ ମହାନିର୍ଦେଶକ ଅଶୋକ କୁମାର। ଏହାକୁ ମିଶାଇ ତପୋବନ ଜଳଭଣ୍ଡାରର ଭଗ୍ନାଂଶ ମଧ୍ୟରୁ ସମୁଦାୟ ୬୭ଟି ଶବ ଉଦ୍ଧାର କରାଗଲାଣି।

ଚମୋଲିରେ ପ୍ରବାହିତ ଧଉଳିଗଙ୍ଗା ନଦୀରେ ଗୋଟିଏ ଗଜ ବା ମାପଦଣ୍ଡ ବସାଇବା ଲାଗି ‘ଏନ୍‌ଡିଆର୍‌ଏଫ୍‌’ କର୍ମଚାରୀମାନେ ପର୍ବତର ପାଦଦେଶ ଆଡ଼କୁ ଯାତ୍ରା କରୁଛନ୍ତି। ‘ଏନ୍‌ଡିଆର୍‌ଏଫ୍‌’ର ଡେପୁଟି କମାଣ୍ଡାଣ୍ଟ୍‌ ଆଦିତ୍ୟ ପି. ସିଂହ କହିଛନ୍ତି, ନଦୀରେ ଜଳପତ୍ତନ ବୃଦ୍ଧି ପାଇବାର ସମ୍ଭାବନା ଅଛି। ଏହାର ଗଭୀରତା ଏବଂ ଜଳସ୍ତର ମାପିବା ଲାଗି ଆମେ ଗୋଟାଏ ଗଜ (ମାପଦଣ୍ଡ) ବସାଉଛ।

ଚମୋଲିର ଉଚ୍ଚଭାଗରେ ସୃଷ୍ଟି ହୋଇଥିବା ହ୍ରଦର ପୁଙ୍ଖାନୁପୁଙ୍ଖ ସର୍ବେକ୍ଷଣ ପରେ ‘ଆଇଟିବିପି’ ଏବଂ ‘ଡିଆର୍‌ଡିଓ’ ଟିମ୍‌ ଯୋଶୀମଠକୁ ଫେରି ଆସିଛନ୍ତି। ଏସ୍‌ଡିଆର୍‌ଏଫ୍‌ ମଧ୍ୟ କହିଛି ଯେ, ସୁଡ଼ଙ୍ଗ ମଧ୍ୟରେ ବିପୁଳ ପରିମାଣର ଭଙ୍ଗାରୁଜା ଅଂଶ ଏବଂ କାଦୁଅ ଜମି ଯାଇଥିବାରୁ ତଲାସ ଓ ଉଦ୍ଧାର ଅଭିଯାନ ଦୀର୍ଘ ଦିନ ଧରି ଚାଲିବ। ଜରୁରୀ ପରିସ୍ଥିତି ସଂକ୍ରାନ୍ତ ସତର୍କ ସୂଚନା ନିମନ୍ତେ ରେନି ଗାଁରେ ଏକ ‘ଓ୍ଵାଟର୍‌ ସେନ୍‌ସର୍‌ ଓ୍ଵାର୍ଣ୍ଣିଂ ସିଷ୍ଟମ୍‌’ ଲଗାଯାଇଛି।

ପ୍ରକାଶ ଯେ, ଫେବ୍ରୁଆରୀ ୭ ତାରିଖ ଦିନ ଉତ୍ତରାଖଣ୍ଡର ଚମୋଲି ଜିଲ୍ଲାରେ ତପୋବନ-ରେନି ଅଞ୍ଚଳରେ ପ୍ରକାଣ୍ଡ ବରଫଖଣ୍ଡ ଧସି ପଡ଼ିବାରୁ ଧଉଳିଗଙ୍ଗା ଏବଂ ଅଳକାନନ୍ଦା ନଦୀରେ ପ୍ରଳୟଙ୍କରୀ ବନ୍ୟା ଆସି ଘରଦ୍ୱାର ସବୁ ନଷ୍ଟ କରିବା ସହ ନିକଟବର୍ତ୍ତୀ ଋଷିଗଙ୍ଗା ଜଳବିଦ୍ୟୁତ୍‌ ପ୍ରକଳ୍ପକୁ ମଧ୍ୟ ନଷ୍ଟ କରିଦେଇଛି ।

Researchers cautioned that more high-quality studies are needed to better determine the potential benefits and risks of this supplement. viagra online If you plan on trying ginseng, you should speak to your doctor about dosing.

Leave A Reply

Your email address will not be published.