Odisha Link
Bridging the Missing Links in Odisha

କରିନା-ସୈଫଙ୍କ ଘରକୁ ଆସିଲେ ନୂଆ ଅତିଥି

ମୁମ୍ବାଇ: ବଲିଉଡ ଅଭିନେତ୍ରୀ କରିନା କପୁର ଓ ଅଭିନେତା ସୈଫ ଅଲ୍ଲୀ ଖାନଙ୍କ ଘରକୁ ଆସିଛନ୍ତି ପୁଣି ଜଣେ ନୂଆ ଅତିଥି। ପୁଣି ଏକ ପୁତ୍ର ସନ୍ତାନର ଜନଚର ହେଲେ ବେବୋ। ଆଜି କରିନା ଏକ ଶିଶୁପୁତ୍ରକୁ ଜନ୍ମ ଦେଇଛନ୍ତି। ଏହି ଖବର ସାମ୍ନାକୁ ଆସିବା ପରେ କରିନା ଓ ସୈଫଙ୍କ ଫ୍ୟାନ୍ସମାନେ ଅଭିନନ୍ଦନ ମଧ୍ୟ ଜଣାଇଛନ୍ତି।

କରିନା ଓ ସୈଫଙ୍କ ଗତ ବର୍ଷ ଅଗଷ୍ଟରେ ଦ୍ୱିତୀୟ ସନ୍ତାନ ନେଇ ଘୋଷଣା କରିଥିଲେ। ସୋସିଆଲ ମିଡିଆରେ ପୋଷ୍ଟ କରି ଦ୍ୱିତୀୟ ସନ୍ତାନ ପାଇଁ ଆଉ ଅପେକ୍ଷା କରି ହେଉ ନାହିଁ ବୋଲି କହିଥିଲେ କରିନା। ଏହି ଖୁସି ଖବର ପରେ ଉଭୟ ପରିବାରରେ ଆନନ୍ଦର ଲହରୀ ଖେଳିଯାଇଛି। କେବଳ ଫ୍ୟାନ୍ସ ନୁହେଁ ବଲିଉଡ୍ ଜଗତର ଅନେକ ସେଲିବ୍ରିଟି ମଧ୍ୟ କରିନା ଓ ସୈଫଙ୍କୁ ଶୁଭେଚ୍ଛା ଜଣାଇଛନ୍ତି।

Comments are closed.