Odisha Link
Bridging the Missing Links in Odisha

କାଲିଠୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ

ନୂଆଦିଲ୍ଲୀ: ପୁଣି ଫେରିଲା ନାଇଟ କର୍ଫ୍ୟୁ। କୋଭିଡ ସଂକ୍ରମଣ ସଂଖ୍ୟା ବଢୁଥିବାରୁ ପୁଣେରେ ଜାରି ହେବ ନାଇଟ କର୍ଫ୍ୟୁ। ଆସନ୍ତାକାଲି ରାତି ୧୧ଟାରୁ ସକାଳ ୬ଟା ଯାଏ କଟକଣା ଜାରି ରହିବ। କେବଳ ଅତ୍ୟାବଶ୍ୟକ ସେବାକୁ ବାଦ୍ ଦିଆଯିବ । ସେହିପରି ଫେବୁଆର ୨୮ ଯାଏ ସ୍କୁଲ ଓ କଲେଜ ବନ୍ଦ ରହିବ।

କରୋନା ସଂକ୍ରମଣ ସଂଖ୍ୟା ବଢୁଥିବାରୁ ଏଭଳି ପଦକ୍ଷେପ ନିଆଯାଇଛି। ଅନ୍ୟପଟେ ଦେଶର ମୋଟ କରୋନା ସକ୍ରିୟ ସଂକ୍ରମିତଙ୍କ ମଧ୍ୟରୁ କେବଳ କେରଳ ଓ ମହାରାଷ୍ଟ୍ରର ୭୪ ପ୍ରତିଶତ ରହିଛନ୍ତି। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସୂଚନା ଅନୁସାରେ ଛତିଶଗଡ ଓ ମଧ୍ୟପ୍ରଦେଶରେ ମଧ୍ୟ ଦୈନିକ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି।

ପଞ୍ଜାବ ସହ ଜାମ୍ମୁକାଶ୍ମୀରରେ ମଧ୍ୟ ପଜିଟିଭ ମାମଲା ଅଚାନକ ବଢିବାରେ ଲାଗିଛି। ଏପଟେ ଗତ ୨୪ ଘଣ୍ଟାରେ ରେକର୍ଡ ସଂଖ୍ୟକ ୧୪ ହଜାର ୨୬୪ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ସାରା ଦେଶରେ କରୋନା ୯୦ଜଣ ଆକ୍ରାନ୍ତଙ୍କ ଜୀବନ ନେଇଛି।

ସେପଟେ ଗତ ୨୪ ଘଣ୍ଟାରେ ୧୧ ହଜାର ୬୬୭ ଜଣ ସୁସ୍ଥ ହୋଇଛନ୍ତି। ଦେଶରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟ ୧ କୋଟି ୯ ଲକ୍ଷ ୯୧ ହଜାର ୬୫୧ ଛୁଇଁଥିବା ବେଳେ ସୁସ୍ଥ ହୋଇଛନ୍ତି ୧ କୋଟି ୬ ଲକ୍ଷ ୮୯ ହଜାର ୭୧୫ ଜଣ। ଏଯାଏଁ କରୋନା ୧ ଲକ୍ଷ ୫୬ ହଜାର ୩୦୨ ଜଣ ଆକ୍ରାନ୍ତଙ୍କ ଜୀବନ ନେଲାଣି ମହାମାରୀ କରୋନା। ଦେଶରେ ଏବେ ୧ ଲକ୍ଷ ୪୫ ହଜାର ୬୩୪ ଜଣ ସକ୍ରିୟ ସଂକ୍ରମିତ ଚିକିତ୍ସିତ ହେଉଛନ୍ତି।

Comments are closed.