Odisha Link
Bridging the Missing Links in Odisha

ଆଜି ମଧ୍ୟରାତ୍ରିରୁ ଏହି ରାଜ୍ୟରେ କମିବ ପେଟ୍ରୋଲ ଓ ଡିଜେଲ ଦର

ନୂଆଦିଲ୍ଲୀ: ସାରା ଦେଶରେ ପେଟ୍ରୋଲ ଓ ଡିଜେଲ ଦର ହୁ ହୁ ବଢିଚାଲିଥିବା ବେଳେ ପଶ୍ଚିମବଙ୍ଗରେ ତେଲ ଦର ୧ ଟଙ୍କା କମ୍ କରିଛି ମମତା ସରକାର। ଏହି ନୂଆ ଦର ଆଜି ମଧ୍ୟରାତ୍ରିରୁ ପଶ୍ଚିମବଙ୍ଗରେ ଲାଗୁ ହେବ।

କିଛି ସ୍ଥାନରେ ତେଲ ଦର ଶହେ ପାର୍ କଲାଣି। ଯାହାକୁ ନେଇ ଏବେ ବିରୋଧୀମାନେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରୁଛନ୍ତି। ଏଭଳି ପରିସ୍ଥିତିରେ ମମତା ସରକାରର ଏହି ଘୋଷଣା ବେଶ ଗୁରୁତ୍ୱପୂର୍ଣ୍ଣ ବୋଲି କୁହାଯାଉଛି। ତେବେ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରି ମମତାଙ୍କ ଏହି ଘୋଷଣା ପଶ୍ଚିମବଙ୍ଗ ରାଜନୀତିକୁ ସରଗରମ କରିଛି।

ଆଗକୁ ପଶ୍ଚିମବଙ୍ଗରେ ବିଧାନସଭା ନିର୍ବାଚନ ହେବାକୁ ଯାଉଛି। ବିଜେପି ଏଠାରେ ବିଜୟୀ ହେବାକୁ ଜୋରଦାର କସରତ କରୁଛି। ଇଲେକ୍ସନ ପାଖେଇଲେ କେନ୍ଦ୍ର ସରକାର ପଶ୍ଚିମବଙ୍ଗରେ ତେଲଦର କମ କରିବେ ବୋଲି ମମତା ଅଭିଯୋଗ କରିଆସୁଛନ୍ତି। ପଶ୍ଚିମବଙ୍ଗରେ ଏବେ ବି ଅଧିକାଂଶ ସ୍ଥାନରେ ତେଲଦର ୯୦ ପାର୍ କରିଥିବା ବେଳେ କୋଲକାତାରେ ଦର ୯୧.୭୮ ଟଙ୍କା ରହିଛି।

Comments are closed.