Odisha Link
Bridging the Missing Links in Odisha

ରାଜଧାନୀରେ ୯୧ ଟପିଲା ପେଟ୍ରୋଲ ଦର

ଭୁବନେଶ୍ବର: କିଛି ଦିନ ହେବ ଦେଶରେ କ୍ରମାଗତଭାବରେ ‌ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧି ପାଉଛି। ଏଥିଯୋଗୁ ରାଜଧାନୀ ଭୁବନେଶ୍ବରରେ ପ୍ରଥମ ଥର ପାଇଁ ପେଟ୍ରୋଲ ୯୧ ଟଙ୍କା ଏବଂ ଡିଜେଲ ୮୮ ଟଙ୍କା ଟପିଛି। ଭାରତୀୟ ତୈଳ ନିଗମ ଟାଙ୍କିରେ ଆଜି ପେଟ୍ରୋଲ ଦର ଲିଟର ପିଛା ୯୧ ଟଙ୍କା ୩୦ ପଇସା ଏବଂ ଡିଜେଲ ଦର ୮୮ ଟଙ୍କା ୨୪ ପଇସା ଛୁଇଁଛି।

ଗତକାଲି ତୁଳନାରେ ଆଜି ପେଟ୍ରୋଲ ଦର ୩୯ ପଇସା ଏବଂ ଡିଜେଲ ଦର ୪୦ ପଇସା ବୃଦ୍ଧି ପାଇଛି। ଗତ ୯ ତାରିଖରୁ ଏହି ଦୁଇ ଇନ୍ଧନର ଦର ବଢ଼ିବାରେ ଲାଗିଛି। ଏହି ୧୨ ଦିନ ଭିତରେ ଗ୍ରାହକଙ୍କ ଉପରେ କମ୍ପାନି ଗୁଡ଼ିକ ଲିଟର ପିଛା ପେଟ୍ରୋଲ ଉପରେ ୩ ଟଙ୍କା ୬୭ ପଇସା ଏବଂ ଡିଜେଲ ଉପରେ ୪ ଟଙ୍କା ୨୧ ପଇସାର ଆର୍ଥିକ ବୋଝ ଲଦିଛନ୍ତି।

ଦେଶରେ ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବଢ଼ୁଥିବାରୁ ପ୍ରତିଦିନ ଏହା ନୂଆ ରେକର୍ଡ ସ୍ତରକୁ ଛୁଉଁଛି। ଅନ୍ତର୍ଜାତୀୟ ବଜାରରେ ଅଶୋଧିତ ତେଲ ଦର ବଢ଼ୁଥିବାରୁ ତେଲ କମ୍ପାନିଗୁଡ଼ିକ ଏହି ଦୁଇ ଇନ୍ଧନ ଦର ବଢ଼ାଉଥିବା କୁହାଯାଉଛି। କିନ୍ତୁ କରୋନା ସମୟରେ ଗତବର୍ଷ କେନ୍ଦ୍ର ଓ ରାଜ୍ୟ ସରକାରମାନେ ଯେଉଁ ଟିକସ ବୋଝ ଲଦିଥିଲେ ତାହାକୁ ଏପର୍ଯ୍ୟନ୍ତ କମାଉନାହାନ୍ତି।

ଭାରତରେ ଗତ ୧୨ ଦିନ ହେଲା ପେଟ୍ରୋଲ ଏବଂ ଡିଜେଲ ଦର ଲଗାତାର ବୃଦ୍ଧି ପାଉଥିବାରୁ ଦେଶର କେତେକ ସ୍ଥାନରେ ପେଟ୍ରୋଲ ଦର ୧୦୦ ଟଙ୍କା ଟପିସାରିଲାଣି। କିନ୍ତୁ ଭାରତର ପ୍ରାୟ ସବୁ ପଡ଼ୋଶୀ ଦେଶରେ ଏହି ଦର ‌ଯଥେଷ୍ଟ କମ୍ ରହିଛି। ପଡ଼ୋଶୀ ଭୁଟାନରେ ପେଟ୍ରୋଲ ଏବଂ ଡିଜେଲ ଦର ୫୦ ଟଙ୍କା ତଳେ ରହିଛି।

ଶ୍ରୀଲଙ୍କାରେ ଡିଜେଲ ଦର ଲିଟର ପିଛା ୪୦ ଟଙ୍କା ରହିଛି। ଏକ ହିସାବରୁ ଜଣାଯାଇଛି ଭୁଟାନରେ ପେଟ୍ରୋଲ ଦର ୪୯ ଟଙ୍କା ୫୬ ପଇସା ଥିବାବେଳେ ପାକିସ୍ତାନରେ ୫୧ ଟଙ୍କା ୧୩ ପଇସା, ଶ୍ରୀଲଙ୍କାରେ ୬୦ ଟଙ୍କା ୨୬ ପଇସା, ନେପାଳରେ ୬୮ ଟଙ୍କା ୯୭ ପଇସା ଏବଂ ବାଂଲାଦେଶରେ ୭୬ ଟଙ୍କା ୪୦ ପଇସା ରହିଛି।

ସେହିଭଳି ଶ୍ରୀଲଙ୍କାରେ ଡିଜେଲ ଦର ଲିଟର ପିଛା ୩୮ ଟଙ୍କା ୯୨ ପଇସା, ଭୁଟାନରେ ୪୬ ଟଙ୍କା ୩୧ ପଇସା, ପାକିସ୍ତାନରେ ୫୩ ଟଙ୍କା ୦୪ ପଇସା, ବାଙ୍ଗଲଦେଶରେ ୫୫ ଟଙ୍କା ୮୦ ପଇସା ଏବଂ ନେପାଳରେ ୫୮ ଟଙ୍କା ୩୧ ପଇସା ରହିଛି।

Related posts. viagra malaysia Buy Modafinil Online in — What to look for in a vendor Read more.

Leave A Reply

Your email address will not be published.