Odisha Link
Bridging the Missing Links in Odisha

କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ SRCଙ୍କ ଚିଠି

ଭୁବନେଶ୍ୱର: ରାଜ୍ୟରେ କରୋନା କଟକଣା କଡ଼ାକଡ଼ି ପାଳନ ପାଇଁ ଚିଠି ଲେଖିଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ସୁବୁ ଜିଲ୍ଲାପାଳ, ପୌରାଞ୍ଚଳ କମିଶନର ଓ ଏସ୍‌ପିଙ୍କୁ ସ୍ବତନ୍ତ୍ର ରିଲିଫ କମିସନର ଚିଠି ଲେଖିଛନ୍ତି। ସର୍ବସାଧାରଣ ସ୍ଥାନ ଓ ଶିକ୍ଷାନୁଷ୍ଠାନରେ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି।

ଚିଠିରେ ମାସ୍ତ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। କାର୍ଯ୍ୟକାରିତା ପାଇଁ ପୋଲିସକୁ ନିର୍ଦ୍ଦେଶ ଦିଆଯାଇଛି। ଏଥିସହ ସାମାଜିକ ଦୂରତା ନିୟମ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ସ୍ବତନ୍ତ୍ର ରିଲିଫ କମିସନର। ବଜାର ହାଟ ଓ ଅନ୍ୟସ୍ଥାନରେ ମାଇକ୍‌ରେ ସଚେତନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଶିକ୍ଷାନୁଷ୍ଠାନ ସମେତ ସବୁ ଅଫିସରେ କୋଭିଡ ନିୟମ ପାଳନ କଡ଼ାକଡ଼ି କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ସଂପୃକ୍ତ ଅନୁଷ୍ଠାନ ଓ ଅଫିସ୍‌ ମୁଖ୍ୟଙ୍କୁ ନିୟମ ପାଳନର ତଦାରଖ ଦାୟିତ୍ବ ଦିଆଯାଇଛି। ବିବାହ ଓ ଧାର୍ମିକ କାର୍ଯ୍ୟ ପାଇଁ ଅନୁମତି ସଂଖ୍ୟାରୁ ଅଧିକ ବାରଣ କରାଯାଇଛି ଏବଂ କୋଭିଡ୍ ନିୟମ ମାନିବାକୁ ନିର୍ଦ୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ସାନିଟେସନ ସଠିକ୍‌ ଭାବେ କରିବାକୁ ପରାମର୍ଶ ଦିଆଯାଇଛି। ଶିକ୍ଷାନୁଷ୍ଠାନ ଥର୍ମାଲ ସ୍କ୍ରିନିଂ,ହ୍ୟାଣ୍ଡ୍‌ ଓ୍ବାସ୍‌ ବ୍ୟବସ୍ଥା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

କରୋନା ଲକ୍ଷଣ ଅନୁଭବ କଲେ ନିକଟ ସ୍ବାସ୍ଥ୍ୟକେନ୍ଦ୍ରକୁ ଜଣାଇବାକୁ ଅନୁରୋଧ କରାଯାଇଛି। ହୋଟେଲ୍,ଢାବା ଓ ରେଷ୍ଟୁରାଣ୍ଟରେ ସାମାଜିତ ଦୂରତ୍ବ ରକ୍ଷାକରିବାକୁ ପରାମର୍ଶ ଦିଆଯାଇଛି। ଜିଲ୍ଲାର ବରିଷ୍ଠ ଅଧିକାରୀ କ୍ଷେତ୍ର ପରିଦର୍ଶନ କରି ତଦାରଖ ଦାୟିତ୍ବ କରିବେ। କୋଭିଡ ନିୟମ ଉଲଙ୍ଘନକାରୀଙ୍କୁ କୋଭିଡ୍ ଗାଇଡ଼ଲାଇନ ମୁତାବକ ଦଣ୍ଡବିଧାନ କରାଯିବ। ପ୍ରତି ସପ୍ତାହରେ ସ୍ବତନ୍ତ୍ର ରିଲିଫ କମିସନରଙ୍କୁ ରିପୋର୍ଟ ଦେବେ ଜିଲ୍ଲାପାଳ, SP

Comments are closed.