Odisha Link
Bridging the Missing Links in Odisha

ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ

ସୁନ୍ଦରଗଡ: ସାମାନ୍ୟ ବଚସାରୁ ବଡ ଭାଇକୁ ହତ୍ୟା କଲା ସାନ ଭାଇ। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ସୁନ୍ଦରଗଡ ଜିଲ୍ଲା ବଣାଇ ମହୁଲପଦା ଥାନା ଅନ୍ତର୍ଗତ ଭାଗବାନସାହି ମୁଣ୍ଡା ବସ୍ତିରେ। ସୂଚନା ମୁତାବକ, ଗତକାଲି ରାତ୍ରି ଭୋଜନ ସମୟରେ ସାନ ଭାଇ ଲଣ୍ଡା ମୁଣ୍ଡା ଓ ବଡ ଭାଇ ଶୁକ୍ରା ମୁଣ୍ଡାଙ୍କ ମଧ୍ୟରେ କୌଣସି କାରଣକୁ ନେଇ ବଚସା ହୋଇଥିଲା। ପରେ ଝଗଡା ଏତେ ବଢ଼ିଯାଇଥିଲା ଯେ, ସାନ ଭାଇ ଏକ ଟାଙ୍ଗିଆରେ ବଡ ଭାଇକୁ ହତ୍ୟା କରିଛି।

ହତ୍ୟା ପରେ ପରିବାର ସଦସ୍ୟ କେହି ପାଖକୁ ଆସିଲେ ତାଙ୍କୁ ମଧ୍ୟ ହତ୍ୟା କରିବାର ଧମକ ଦେଇଥିଲା ସାନ ଭାଇ। ହତ୍ୟା କରିବା ପରେ ସାନ ଭାଇ ଏବେ ଫେରାର ଥିବା ବେଳେ ପରିବାର ଲୋକଙ୍କ ଅଭିଯୋଗ ପରେ ପୁଲିସ ଏବେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁଲିସ ଶବ ଜବତ କରି ବ୍ୟବଛେଦ ପାଇଁ ପଠାଇଛି।

Comments are closed.