Odisha Link
Bridging the Missing Links in Odisha

ନିଜର ପ୍ରିୟ ଅଭିନେତାର ସମର୍ଥନରେ ୨ ହଜାର କିଲୋମିଟର ସାଇକେଲ ଚଳାଇଲେ ପ୍ରଶଂସକ

ମୁମ୍ବାଇ: ନିଜର ପ୍ରିୟ ଅଭିନେତାର ସମର୍ଥନରେ ୧୦୦ କି ୨୦୦ ନୁହେଁ ଦୀର୍ଘ ୨ ହଜାର କିଲୋମିଟର ସାଇକେଲ ଚଳାଇଛନ୍ତି ଜଣେ ଜବରା ଫ୍ୟାନ୍। ସେ ହେଲେ ନାରାୟଣ ବ୍ୟାସ। ଅଭିନେତା ସୋନୁ ସୁଦଙ୍କ ହଉଛନ୍ତି ସେ ଜବରା ଫ୍ୟାନ। ତାଙ୍କ ସାମାଜିକ କାମକୁ ସମର୍ଥନ କରି ସେ ମହାରାଷ୍ଟ୍ରର ୱସିମରୁ ଦେଶର ଦକ୍ଷିଣ ଅଞ୍ଚଳକୁ ସାଇକେଲ ଯାତ୍ରା କରିଛନ୍ତି।

ଫେବ୍ରୁଆରୀ ୭ ତାରିଖ ସକାଳୁ ୱସିମ ଅଞ୍ଚଳରୁ ନାରାୟଣ ନିଜ ସାଇକେଲ ଯାତ୍ରା ଆରମ୍ଭ କରିଥିଲେ। ଫେବ୍ରୁଆରୀ ୧୪ ତାରିଖରେ ରାମସେତୁରେ ଯାଇ ପହଞ୍ଚିବା ପରେ ତାଙ୍କର ଏହି ଯାତ୍ରା ଶେଷ ହୋଇଥିଲା। ୭ ଦିନରେ ସେ ପ୍ରାୟ ୨ ହଜାର କିଲୋମିଟର ସାଇକେଲ ଚଳାଇ ଏହି ଯାତ୍ରାକୁ ପୂରଣ କରିଛନ୍ତି।

ଦୀର୍ଘ ୨ ହଜାର କିଲୋମିଟରର ଏହି ଯାତ୍ରାରେ ନାରାୟଣ ମହାରାଷ୍ଟ୍ର, ତେଲେଙ୍ଗାନା, ଆନ୍ଧ୍ରପ୍ରଦେଶ, କର୍ଣ୍ଣଟକ ଓ ତାମିଲନାଡୁ ଦେଇ ରାମସେତୁରେ ପହଞ୍ଚିଥିଲେ। ଏହାପୂର୍ବରୁ ମଧ୍ୟ ନାରାୟଣ ଭାରତ-ପାକିସ୍ତାନ ସୀମା ଯାଏଁ ସାଇକେଲ ଯାତ୍ରା କରିସାରିଛନ୍ତି।

ଏହା ଜାଣିବା ପରେ ଅଭିନେତା ସୋନୁ ସୁଦ ରବବାର ଦିନ ମୁମ୍ବାଇ ସ୍ଥିତ ତାଙ୍କ ଘରେ ଜବରା ଫ୍ୟାନ ନାରାୟଣ ବ୍ୟାସଙ୍କୁ ଭେଟିଛନ୍ତି। ଏଥିସହ ସୋନୁ ତାଙ୍କୁ ଶଭେଚ୍ଛା ମଧ୍ୟ ଜଣାଇଛନ୍ତି।

Comments are closed.