Odisha Link
Bridging the Missing Links in Odisha

ହ୍ୱିଲ୍ ଚେୟାରରେ କମେଡି କିଙ୍ଗ୍ କପିଲ ଶର୍ମା

ମୁମ୍ୱାଇ: ସମସ୍ତଙ୍କୁ ହସାଉଥିବା କମେଡି କିଙ୍ଗ୍ କପିଲ ଶର୍ମାଙ୍କୁ ହ୍ୱିଲ୍ ଚେୟାରରେ ଦେଖିବାକୁ ମିଳିଛି। ତାଙ୍କୁ ଏଭଳି ଅବସ୍ଥାରେ ସୋମବାର ମୁମ୍ୱାଇ ବିମାନବନ୍ଦରରେ ଦେଖି ଫ୍ୟାନ୍ସ ମଧ୍ୟ ହତବାକ ହୋଇ ପଡ଼ିଛନ୍ତି।

କପିଲ ଶର୍ମା ଏକ କଳା ରଙ୍ଗର ଚଷମା, ଜାକେଟ ଓ ପ୍ୟାଣ୍ଟ ଥିବା ବେଳେ ତାଙ୍କୁ ଜଣେ ପିପିଇ କିଟ୍ ପିନ୍ଧି ଠେଲି ଠେଲି ନେଉଥିଲେ। ଫ୍ୟାନ୍ସମାନେ ମଧ୍ୟ ହ୍ଲିଲ୍ ଚେୟାରରେ କାହିଁକି ବସିଛନ୍ତି ବୋଲି କପିଲଙ୍କୁ ପଚାରିଥିଲେ। ହେଲେ କପିଲ୍ କୌଣସି ଉତ୍ତର ଦେଇନଥିବା ଜଣାପଡ଼ିଛି।

ପ୍ରକାଶ ଯେ, କପିଲ୍ ଶର୍ମାଙ୍କ କମେଡି ଶୋ ଏବେ ଟିଭିରେ ବନ୍ଦ ରହିଛି। ଖୁବଶୀଘ୍ର ନୂଆ ଆଇଡିଆ ସହ ଟିଭିରେ ଏଣ୍ଟ୍ରି ମାରିବେ ବୋଲି ସୂଚନା ରହିଛି।

Comments are closed.