Odisha Link
Bridging the Missing Links in Odisha

ଆଗକୁ ଆସୁଛି ମହାଶିବରାତ୍ରି, କପିଳାଶରେ ଜାରି ହେଲା କରୋନା କଟକଣା

ଢ଼େଙ୍କାନାଳ : ଫିକା ପଡ଼ିବ ଚଳିତ ବର୍ଷର ମହାଶିବରାତ୍ରି। ଢେଙ୍କାନାଳର କପିଳାଶ ପୀଠ ଉପରେ ଜିଲ୍ଲା ପ୍ରଶାସନ ଲଗାଇଲା କରୋନା କଟକଣା। ଜାଗର ଯାତ୍ରା ଦିନ ଏଠାରେ ଲକ୍ଷ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥାଏ।

କିନ୍ତୁ କରୋନା ସଂକ୍ରମଣକୁ ଦୃଷ୍ଟିରେ ରଖି ଜିଲ୍ଲା ପ୍ରଶାସନ କଟକଣା ଜାରି କରିଛନ୍ତି। ପ୍ରତ୍ୟେକ ବର୍ଷ ପ୍ରଭୁ ଚନ୍ଦ୍ରଶେଖରଙ୍କ ଏହି ଜାଗର ଯାତ୍ରା ଅବସରରେ ରାଜ୍ୟ ତଥା ରାଜ୍ୟ ବାହାରୁ ଲକ୍ଷାଧିକ ସଂଖ୍ୟାରେ ଶ୍ରଦ୍ଧାଳୁଙ୍କ ସମାଗମ ହୋଇଥାଏ ।

ସୋମବାର ଜାଗର ଯାତ୍ରା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ତେବେ କୋରନା ସଂକ୍ରମଣକୁ ଦୃଷ୍ଟିରେ ରଖି ଚଳିତ ବର୍ଷ ଜାଗର ଯାତ୍ରାରେ ଜିଲ୍ଲା ବାହାର ଲୋକଙ୍କୁ କପିଳାଶ ପୀଠକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି। ତେବେ ଆସନ୍ତା ମାର୍ଚ୍ଚ ମାସରେ ସ୍ଥିତିକୁ ଦେଖି ପରେ ପୀଠର ଜାଗର ଯାତ୍ରା କିପରି ହେବ ସେ ସମ୍ପର୍କରେ ଚୂଡାନ୍ତ ନିଷ୍ପତି ନିଆଯିବ ବୋଲି ଢେଙ୍କାନାଳ ଜିଲ୍ଲାପାଳ ପ୍ରକାଶ କରିଛନ୍ତି।

Comments are closed.