Odisha Link
Bridging the Missing Links in Odisha

ହୋଟେଲ୍‌ ରୁମ୍‌ରୁ ମିଳିଲା ସାଂସଦଙ୍କ ମୃତଦେହ, ପୁଲିସ୍‌ର ଛାନଭିନ୍‌ ଆରମ୍ଭ

ମୁମ୍ବାଇ: ମୁମ୍ବାଇର ଏକ ହୋଟେଲରୁ ମିଳିଲା ସାଂସଦଙ୍କ ମୃତଦେହ। ମୃତକ ବ୍ୟକ୍ତି ଜଣକ ହେଉଛନ୍ତି ଦାଦାର ନଗର ହାବେଲିର ସାଂସଦ ମୋହନଭାଇ ସଞ୍ଜିଭାଇ ଡେଲକର। ମିଳିଥିବା ସୂଚନା ମୁତାବିକ ତାଙ୍କ ମୃତ ଦେହ ମୁମ୍ବାଇ ମେରାଇନ୍‌ ଡ୍ରାଇଭରେ ଥିବା ଏକ ହୋଟଲେରୁ ମିଳିଛି। ହୋଟେଲରୁ ତାଙ୍କ ହାତଲେଖା ଏକ ସୁଇସାଇଡ୍ ନୋଟ ମଧ୍ୟ ଜବତ କରାଯାଇଛି। ଏପରିକି ଆତ୍ମହତ୍ୟା ଆଶଙ୍କା କରାଯାଉଥିବା ସୂଚନା ରହିଛି। ଅପରପକ୍ଷେ ମୃତ ଶରୀରକୁ ପୋଷ୍ଟମର୍ଟମ ପାଇଁ ପଠାଇ ଦିଆଯାଇଛି। ଯାହାଫଳରେ ପୁଲିସ୍ ଏହାକୁ ନେଇ ଛାନଭିନ୍ ଜାରି ରଖିଛି।

ମୋହନ ଡେଲକରଙ୍କ ବୟସ ୫୮ ବର୍ଷ । ସେ ଦାଦ୍ରା ଓ ନଗର ହବେଳୀ ଲୋକସଭା ଆସନରୁ ସ୍ୱାଧୀନ ଭାବେ ନିର୍ବାଚନ ଲଢିଥିଲେ ଏବଂ ବିଜୟୀ ହୋଇଥିଲେ। ପ୍ରଥମ କରି ୧୯୮୯ ମସିହାରେ ସେ ପ୍ରଥମ ଥର ପାଇଁ ସେଠାକାର ସାଂସଦ ହୋଇଥିଲେ। ଏହାପରେ ସେ ଅନେକ ଥର ସେଠାରୁ ସାଂସଦ ରହିଆସିଥିଲେ। ସେ ଭାରତୀୟ ନବଶକ୍ତି ପାର୍ଟିର ମଧ୍ୟ ସାଂସଦ ଥିଲେ। ୨୦୦୯ରେ ସେ କଂଗ୍ରେସ ପାର୍ଟିରେ ଯୋଗ ଦେଇଥିଲେ।

ହେଲେ ଗତବର୍ଷ ସେ ସ୍ୱାଧୀନ ଭାବେ ଇଲେକ୍ସନ ଲଢିବା ସହିତ ବିଜୟୀ ହୋଇଥିଲେ। କିନ୍ତୁ ୨୦୧୯ର ଲୋକସଭା ନିର୍ବାଚନରେ ପୁଣିଥରେ ନିର୍ଦ୍ଦଳୀୟ ପ୍ରାର୍ଥୀ ହୋଇ ବିଜୟୀ ହୋଇଥିଲେ। ୨୦୨୦ରେ ସେ ଜନତା ଦଳ ୟୁନାଇଟେଡରେ ସାମିଲ ହୋଇଥିଲେ।

Comments are closed.