Odisha Link
Bridging the Missing Links in Odisha

ଗୋଷ୍ଠୀ ସଂଘର୍ଷରେ ଜଣେ ମୃତ

ଯୋଡା : ଗୋଷ୍ଠୀ ସଂଘର୍ଷରେ ଜଣେଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଆହାତ ହୋଇଛନ୍ତି। ଏହି ଘଟଣାଟି ଯୋଡ଼ା ଥାନା କମାରଯୋଡ଼ା ଅଞ୍ଚଳରେ ଠିକାଦାର ଡି.ପି. ସିଂଙ୍କ ଅଫିସ କମ୍ ଗ୍ୟାରେଜରେ ଏହି ଘଟଣା ଘଟିଛି। ମୃତ ଯୁବକଙ୍କ ନାଁ ଦିବ୍ୟାଂସ ସିଂ ବୋଲି ଜଣାପଡ଼ଛି। ଯୋଡ଼ା ପୁଲିସ ୪ ଜଣଙ୍କୁ ଅଟକ ରଖି ପଚରାଉଚରା କରିବା ସହ ଅଧିକ ତଦନ୍ତ ଜାରି ରଖିଛି ।

ପ୍ରକାଶ ଯେ, ଗ୍ୟାରେଜ୍ ପରିସରରୁ ଏକ ବୋଲେରୋ ଗାଡ଼ି ବାହାରକୁ ବାହାରୁଥିବା ସମୟରେ ଅପର ପାର୍ଶ୍ବରୁ ଆସୁଥିବା ଏକ ଅଟୋ ସହ ଧକ୍କା ହୋଇଥିଲା।

ଫଳରେ ଅଟୋ ଡ୍ରାଇଭର ଏବଂ ବୋଲେରୋ ଡ୍ରାଇଭରଙ୍କ ମଧ୍ୟରେ ପ୍ରଥମେ ବଚସା ହୋଇଥିଲା ଓ ପରେ ଠିକାଦାରଙ୍କ କାର୍ଯ୍ୟାଳୟରେ ଥିବା ଅନ୍ୟ କିଛି କର୍ମଚାରୀ ବୋଲରୋ ଡ୍ରାଇଭରଙ୍କ ସହ ମିଶି ଅଟୋ ଡ୍ରାଇଭରଙ୍କୁ ଆକ୍ରମଣ କରିଥିଲେ।

ତେବେ ଅଟୋ ଚାଳକ ସ୍ଥାନୀୟ ଅଞ୍ଚଳର ହୋଇଥିବାରୁ କିଛି ସମୟ ପରେ ବସ୍ତିର କିଛି ବ୍ୟକ୍ତି ହାତରେ ଠେଙ୍ଗାବାଡ଼ି ଧରି ଉକ୍ତ କାର୍ଯ୍ୟାଳୟରେ ପଶି ସେଠାରେ ଥିବା କର୍ମଚାରୀଙ୍କୁ ଆକ୍ରମଣ କରିଥିଲେ। ଫଳରେ ଦିବ୍ୟାଂସ ସିଂଙ୍କର ମୃତ୍ୟୁ ଘଟିଥିବା ବେଳେ, ରବିକିରଣ ସିଂ ନାମକ ଅନ୍ୟ ଜଣେ ଯୁବକ ଆହତ ହୋଇଛନ୍ତି।

Comments are closed.