Odisha Link
Bridging the Missing Links in Odisha

ପ୍ରଥମ ଯଦୁମଣି ସାହିତ୍ୟ କର୍ମଶାଳା ଅନୁଷ୍ଠିତ

ନୟାଗଡ଼: ନୟାଗଡ଼ ଜିଲ୍ଲା ଇଟାମାଟିରେ କବି ଯଦୁମଣି ମହାପାତ୍ରଙ୍କ ବାସଭବନରେ ଯଦୁମଣି ସାହିତ୍ୟ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି। ଏହି କର୍ମଶାଳା ରେ ଯଦୁମଣିଙ୍କ ଅନବଦ୍ୟ ସୃଷ୍ଟି ପ୍ରବନ୍ଧ ପୂର୍ଣ୍ଣଚନ୍ଦ୍ର ଉପରେ ଆଲୋଚନା ହୋଇଥିଲା। ଯଦୁମଣି ସାହିତ୍ୟ କିଭଳି ବହୁଳ ମାତ୍ରରେ ପ୍ରଚାର ପ୍ରସାର ହେବ ତାହାର ଉତ୍ତରଦାୟୀତ୍ବ ଆମ ସମସ୍ତଙ୍କୁ ନେବାକୁ ହେବ ବୋଲି ଅତିଥିମାନେ ବକ୍ତବ୍ୟ ରଖିଥିଲେ।

ଏହି ପ୍ରରିପ୍ରେଖିରେ ବକ୍ତା ଶ୍ରୀ ଆଚାର୍ଯ୍ୟ କହିଥିଲେ ଯେ କବି ଯଦୁମଣି ହେଉଛନ୍ତି ରୀତି ଯୁଗର ଶ୍ରେଷ୍ଠ ତଥା ଶେଷ କବି ଏବଂ ତାଙ୍କ ସାହିତ୍ୟ ଯୁଗେ ଯୁଗେ ଓଡ଼ିଆ ସାହିତ୍ୟକୁ ସମୃଦ୍ଧ କରୁଥିବ। ଯଦୁମଣି ମହାପାତ୍ର କେବେହେଲେ ଅନ୍ୟାୟ ଆଗରେ ମୁଣ୍ଡ ନୁଆଁଇ ନଥିଲେ ବୋଲି ସେ କହିଥିଲେ। ନିଜର ଶାଣିତ କଲମ ମୁନରେ କବିତାର କଟାକ୍ଷ ବାଣ ମାରୁଥିଲେ । ଯାହାକି ସମାଜ ଉପଯୋଗୀ ଥିଲା। ରାଜା ହୁଅନ୍ତୁ କି ପ୍ରଜା ସମସ୍ତଙ୍କୁ ସେ ସଚେତନ କରାଉଥିଲେ । ସତେ ଯେମିତି ସେ ଥିଲେ ଜଣେ ଜାଗ୍ରତ ପ୍ରହରୀ। ମାଟି ମାଆର ଜଣେ ଦକ୍ଷ ସନ୍ତାନ । ଯିଏକି ନିଜର କାୟ-ମନ-ବାକ୍ୟରେ ନିଜ ମାଟି , ସମାଜ ଓ ଦେଶ ପାଇଁ ଥିଲେ ପୂର୍ଣ୍ଣ ସମର୍ପିତ। ଯେଉଁଠି ଅନ୍ୟାୟ ଅନୀତିର କେବେ ସ୍ଥାନ ନଥିଲା ବୋଲି ଦୁର୍ଗାକାନ୍ତ ଆଚାର୍ଯ୍ୟ କହିଥିଲେ।

ଯଦୁମଣିଙ୍କ ଷଷ୍ଠପିଢ଼ୀର ଉତ୍ତରଦାୟଦ ରୋହନ ମହାପାତ୍ର କହିଛନ୍ତି ଯେ, ଯଦୁମଣିଙ୍କ କର୍ମଶାଳା ଚଳିତଥର ଭଳି ପ୍ରତିମାସରେ ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ଯଦୁମଣିଙ୍କ ଜୀବନି, କଳାକୃତି ଓ ବଳିଷ୍ଠ ସାହିତ୍ୟକୃତି ବିଷୟରେ ଆଲୋଚନା ହେବ। ଏହି କର୍ମଶାଳା ମାସକୁ ଥରେ ଅନୁଷ୍ଠିତ ହେବ। ଏହି କର୍ମଶାଳାରେ ଓଡ଼ିଶାର କଣୋ ଅନୁକୋଣରେ ଥିବା ଯଦୁମଣି ପ୍ରେମୀ ଯୋଗଦାନ କଲେ ଯଦୁମଣିଙ୍କ ସାହିତ୍ୟକୃତି ଆହୁରି ଲୋକଲୋଚନକୁ ଆସିପାରିବ ବୋଲି ରୋହନ କହିଛନ୍ତି।

ଏହି ସାହିତ୍ୟ କର୍ମଶାଳାରେ ମୁଖ୍ୟବକ୍ତା ଭାବେ ସୁସାହିତ୍ୟିକ ଦୁର୍ଗାକାନ୍ତ ଆଚାର୍ଯ୍ୟ, ଓ ସନ୍ନମାନିତ ଅତିଥି ଭାବେ ପ୍ରଧ୍ୟାପକ ପ୍ରଫେସର ପୂର୍ଣ୍ଣଚନ୍ଦ୍ର ମହାପାତ୍ର ଓ ଓଡ଼ିଶା ସାହିତ୍ୟ ଏକାଡେମୀର ସଦସ୍ୟ ଅଶୋକ କୁମାର ନାୟକ ଏବଂ ବରିଷ୍ଠ ପାଲାକାର ଗୋବର୍ଦ୍ଧନ ବେହେରା ପ୍ରମୁଖ ଯୋଗ ଦେଇଥିଲେ। ଏହି ସଭାରେ ସଂଯୋଜନା କରୁଥିଲେ କବି ଯଦୁମଣି ମହାପାତ୍ରଙ୍କ ଉତ୍ତରଦାୟଦ ରୋହନ ମହାପାତ୍ର। ଏହି କର୍ମଶାଳା ପ୍ରତିମାସରେ ଅନୁଷ୍ଠିତ ହେବ ବୋଲି ଯଦୁମଣି ଟ୍ରଷ୍ଟର ସଦସ୍ୟ ମାନେ ସୂଚନା ଦେଇଛନ୍ତି। ଏହି କାର୍ଯ୍ୟକ୍ରମରେ ଯୁବକବି ଦିଲ୍ଲୀପ ସାହୁ ଧନ୍ୟବାଦ ଦେଇ ସଭାସଙ୍ଗ ଦେଇଥିଲେ।

Comments are closed.