Odisha Link
Bridging the Missing Links in Odisha

ଆମରଣ ଅନଶନରେ ଯାତ୍ରା କଳାକାର

ଭୁବନେଶ୍ବର: ଆମରଣ ଅନଶନରେ ଯାତ୍ରା କଳାକାର। ୧୨ ଦଫା ଦାବି ପୂରଣ ନେଇ ଭୁବନେଶ୍ୱର ଲୋୟର ପିଏମଜିରେ ଧାରଣା ଦେଲେ ଯାତ୍ରା କଳାକାର। ୨ ହଜାର ଦର୍ଶକଙ୍କୁ ନେଇ ଯାତ୍ରା ପରିବେଷଣ ପାଇଁ ଅନୁମତି ଦାବିରେ ଯାତ୍ରା ସଂଘ ପକ୍ଷରୁ ଆମରଣ ଅନଶନ ଓ ଗଣଧାରଣା ଦିଆଯାଇଛି।

୨୩ ତାରିଖ ସୁଦ୍ଧା ସରକାର ଦାବି ପୂରଣ ନ କଲେ ୨୪ ତାରିଖରୁ ରାଜ୍ୟର ସମସ୍ତ ଜିଲ୍ଲାରେ କଳାକାରମାନେ ଆନ୍ଦୋଳନ କରିବେ ବୋଲି ଚେତାବନୀ ଦିଆଯାଇଛି। ଶିକ୍ଷାନୁଷ୍ଠାନଠାରୁ ଧର୍ମାନୁଷ୍ଠାନ ପର୍ଯ୍ୟନ୍ତ ସବୁ ଖୋଲିଥିବା ବେଳେ ଯାତ୍ରା କଳାକାରଙ୍କୁ ମଞ୍ଚକୁ ଫେରାଇ ଆଣିବାର ଦାବି ରଖିଛନ୍ତି କଳାକାର। ପୂର୍ବରୁ ୫୦୦ ଦର୍ଶକଙ୍କୁ ନେଇ ଯାତ୍ରା ଅନୁମତି ଦିଆଯାଇଥିବା ବେଳେ ଅତି କମରେ ୨୦୦୦ ଦର୍ଶକଙ୍କୁ ନେଇ ଯାତ୍ରା କରିବାକୁ ସଂଘ ଦାବି ରଖିଛି।

Comments are closed.