Odisha Link
Bridging the Missing Links in Odisha

ଓଡ଼ିଶା ବଜେଟ୍‌ ୨୦୨୧-୨୨: ପ୍ରଥମଥର ପାଇଁ ପେପରଲେସ୍‌ ବଜେଟ ଆଗତ

ଭୁବନେଶ୍ବର: ୨୦୨୧-୨୨ ଆର୍ଥିକ ବର୍ଷ ପାଇଁ ବିଧାନସଭାରେ ରାଜ୍ୟ ବଜେଟ ଆଗତ କଲେ ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ। ଚଳିତ ଥର ବିଧାନସଭାରେ ଡିଜିଟାଲ ବଜେଟ ଉପସ୍ଥାପନା କରିଛନ୍ତି ନିରଞ୍ଜନ ପୂଜାରୀ। କୋଭିଡ ମହାମାରୀ ପରେ ପ୍ରଥମ ଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପିତ ହୋଇଛି। ନାଭା ଆପ ଜରିଆରେ ଚଳିତ ଥର ପେପରଲେସ ବଜେଟ ଆଗତ ହୋଇଛି। ଓଡ଼ିଶା ବଜେଟ ପାଇଁ ମୋବାଇଲ ଆପ ପ୍ରସ୍ତୁତ ହୋଇଛି।

ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ କହିଛନ୍ତି ଯେ, ମହାମାରୀ କରୋନା ଯୋଗୁଁ ବିକାଶ କାର୍ଯ୍ୟ ବାଧାପ୍ରାପ୍ତ ହୋଇଛି । ରାଜ୍ୟ ସରକାର କରୋନାର ସଫଳ ମୁକାବିଲା କରିଛନ୍ତି। କରୋନା ସତ୍ତ୍ୱେ ବହୁ ସଂସ୍କାରମୂଳକ ପଦକ୍ଷେପ ନିଆଯାଇଛି । କୋଭିଡ ପରିଚାଳନାରେ ସରକାରଙ୍କୁ ସମସ୍ତେ ସହଯୋଗ କରିଛନ୍ତି। ସାଢେ ୪ କୋଟି ଓଡ଼ିଆଙ୍କ ନିକଟରେ ଆମେ କୃତଜ୍ଞ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଉତ୍ତମ ଦୂରଦୃଷ୍ଟି ଯୋଗୁଁ କୋଭିଡ ନିୟନ୍ତ୍ରଣାଧୀନ ବୋଲି ଶ୍ରୀ ପୂଜାରୀ କହିଛନ୍ତି।

ଏହାଛଡ଼ା ରାଜ୍ୟର କୋଭିଡ ପରିଚାଳନା ମଡେଲକୁ ସାରା ବିଶ୍ବ ଭୂୟସୀ ପ୍ରଶଂସା କରିିଛି। ଏବେ ମହାମାରୀ ସରିନଥିବାରୁ ଆମକୁ ସତର୍କ ରହିବାକୁ ପଡ଼ିବ ପୂଜାରୀ କହିଛନ୍ତି।

Comments are closed.