Odisha Link
Bridging the Missing Links in Odisha

ବିଗ ବସ୍-୧୪ର ବିଜେତା ହେଲେ ରୁବିନା

ମୁମ୍ବାଇ: ବିଗ ବସ୍-୧୪ରେ ବାଜି ମାରିଲେ ରୁବିନା ଦଲୈକ। ସବୁ ପ୍ରତିଯୋଗୀଙ୍କୁ ପଛରେ ପକାଇ ବିଗ ବସ୍-୧୪ର ଟାଇଟଲ ହାତେଇଲେ ରୁବିନା। ରୁବିନାଙ୍କୁ ବିଗବସ୍ ଟ୍ରଫି ମିଳିବା ସହ ନଗଦ ୩୬ ଲକ୍ଷ ଟଙ୍କା ଅର୍ଥ ରାଶି ପରଷ୍କାର ସ୍ୱରୂପ ମିଳିଛି।

ଚଳିତ ସିଜିନରେ ଫାଇନାଲ ରାଉଣ୍ଡକୁ ପ୍ରଥମଥର ପାଇଁ ୫ ଜଣ ପ୍ରତିଯୋଗୀ ଯିବାର ସୁଯୋଗ ପାଇଥିଲେ। ୫ଜଣ ପ୍ରତିଯୋଗୀଙ୍କ ମଧ୍ୟରେ ରୁବିନା ଦଲୈକ, ନିକି ତାମ୍ବେଲା, ଅଲି ଗୋନି, ରାହୁଲ ବୈଦ୍ୟ ଏବଂ ରାଖି ସାୱନ୍ତ ନାଁ ସାମିଲ ଥିଲା। କିନ୍ତୁ ଏ ସମସ୍ତଙ୍କୁ ରୁବିନା ପଛରେ ପକାଇ ବିଗବସ ଟ୍ରଫିକୁ ନିଜ ନାଁରେ କରିନେଛନ୍ତି।

ବିଗ ବସ୍ ଶୋ’ରେ ରୁବିନା ଜଣେ ଶକ୍ତିଶାଳୀ ପ୍ରତିଯୋଗୀ ଭାବେ ରହି ଆସିଥିଲୋ। ସେ ଶୋ’ରେ ବେଶ୍ ଦମଦାର ପ୍ରଦର୍ଶନ କରିଥିଲେ। ଶୋ’ରେ ଏପରି ଦମଦାର ପ୍ରଦର୍ଶନ କରିଥିଲେ ଯେ, ସମସ୍ତେ ତାଙ୍କର ଟାସ୍କ ପୂରଣ ଶୈଳିକୁ ପ୍ରଶଂସା କରିଥିଲେ।

ରୁବିନା ଦିଲୈକଙ୍କ ପାଇଁ ‘ବିଗ୍ ବସ୍’ର ଯାତ୍ରା ସଂଘର୍ଷପୂର୍ଣ୍ଣଥିଲା। ଏପରିକି ସେ ଶୋ’ରେ ତାଙ୍କ ସ୍ୱାମୀ ଅଭିନାଭ ଶୁକ୍ଲାଙ୍କ ସହ ଥିବା ସମ୍ପର୍କ ବିଷୟରେ ବଡ ଖୁଲାସା ମଧ୍ୟ କରିଥିଲେ। ରୁବିନା କହିଥିଲେ ଯେ ସେ ଏବଂ ଅଭିନାଭ ଛାଡପତ୍ର ନେବାକୁ ଯାଉଛନ୍ତି। ଆମେ ଦୁହେଁ ପରସ୍ପରକୁ କିଛି ସମୟ ଦେଇଛୁ। ଏହା ପରେ ବିଗ୍ ବସ୍କୁ ଆସିବାକୁ ସ୍ଥିର କରିଥିଲୁ ବୋଲି ସେ କହିଥିଲେ।

Comments are closed.