Odisha Link
Bridging the Missing Links in Odisha

ରାଜ୍ୟ ବଜେଟ: ଏସସିବିକୁ “ଏମ୍ସ ପ୍ଲସ” କରିବା ପାଇଁ ୫୦୦କୋଟିର ବ୍ୟୟବରାଦ

ଭୁବନେଶ୍ବର: ସୋମବାର ଅପରାହ୍ନରେ ବିଧାନସଭାରେ ଉପସ୍ଥାପିତ ହୋଇଛି ୨୦୨୧-୨୨ ଆର୍ଥିକ ବଜେଟ। ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ ମହାମାରୀ ପରେ ପ୍ରଥମଥର ପାଇଁ ବିଧାନସଭାରେ ପୂର୍ଣ୍ଣାଙ୍ଗ ବଜେଟ ଉପସ୍ଥାପନ କରିଛନ୍ତି।

ଚଳିତଥର ମୋଟ ୧ଲକ୍ଷ ୭୦ ହଜାର କୋଟି ଟଙ୍କାର ବଜେଟ ଆଗତ ହୋଇଛି। ନାଭା ଆପ ଜରିଆରେ ଚଳିତ ଥର ପେପରଲେସ ବଜେଟ ଆଗତ ହୋଇଛି। ଓଡ଼ିଶା ବଜେଟ ପାଇଁ ମୋବାଇଲ ଆପ ପ୍ରସ୍ତୁତ ହୋଇଛି।

ଆଜିର ବଜେଟ ଉପସ୍ଥାପନରେ ସ୍ବାସ୍ଥ୍ୟସେବାକୁ ବେଶ୍ ଗୁରୁତ୍ବ ଦିଆଯାଇଛି। ଓଡ଼ିଶାରେ ବିଶ୍ଵସ୍ତରୀୟ ସ୍ବାସ୍ଥ୍ୟସେବା ଯୋଗାଇ ଦେବା ଲକ୍ଷ୍ୟ ନେଇ କଟକସ୍ଥିତ ଶ୍ରୀରାମଚନ୍ଦ୍ର ଭଞ୍ଜ ଭେଷଜ ମହାବିଦ୍ୟାଳୟ ଓ ଚିକିତ୍ସାଳୟ(ଏସସିବି)କୁ ଏକ “ଏମ୍ସ ପ୍ଲସ” ପ୍ରତିଷ୍ଠାନରେ ରୂପାନ୍ତରିତ କରାଯିବ ବୋଲି କହିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଏଥିପାଇଁ ୨୦୨୧-୨୨ଆର୍ଥିକ ବର୍ଷରେ ୫୦୦ କୋଟି ଟଙ୍କା ବ୍ୟୟବରାଦର ପ୍ରସ୍ତାବ ରଖାଯାଇଛି।ଏହା ସହ ସାବର୍ଜନୀନ ଭାବେ ଉତ୍କୃଷ୍ଟ ସ୍ବାସ୍ଥ୍ୟସେବା ଓ ସ୍ଵାସ୍ଥ୍ୟବୀମା ଉପଲବ୍ଧ କରାଇବା ପାଇଁ ୯ ହଜାର ୧ ଶହ ୬୪ କୋଟି ଟଙ୍କା ବ୍ୟୟ ବରାଦର ପ୍ରସ୍ତାବ ଉପସ୍ଥାପନ କରିଛନ୍ତି ଅର୍ଥମନ୍ତ୍ରୀ ନିରଞ୍ଜନ ପୂଜାରୀ।

ଏ ମଧ୍ୟରେ ବିଜୁ ସ୍ଵାସ୍ଥ୍ୟ କଲ୍ୟାଣ ଯୋଜନା ପାଇଁ ୧ହଜାର ୩ ଶହ ୫୩ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଏହା ସହ ମୁଖ୍ୟମନ୍ତ୍ରୀ ସ୍ବାସ୍ଥ୍ୟସେବା ମିଶନ” ଅଧିନରେ ସ୍ଵାସ୍ଥ୍ୟ‌ କ୍ଷେତ୍ରର ଭିତ୍ତିଭୂମି ନିର୍ମାଣ ଏବଂ ସେବା ଯୋଗାଇଦେବା ପାଇଁ ୧ ହଜାର ୫ ଶହ ୭୨କୋଟି ଟଙ୍କାର ବ୍ୟୟବରାଦ କରାଯିବା ସହ ଜାତୀୟ ସ୍ଵାସ୍ଥ୍ୟ ମିଶନ” ଅଧିନରେ ୧ ହଜାର ୭ ଶହ ୫୫କୋଟି ଟଙ୍କା ଏବଂ “ନିମର୍ଳ” ଯୋଜନା ଅଧିନରେ ୩ ଶହ ୭୦କୋଟି ଟଙ୍କା ବ୍ୟୟବରାଦ।

Comments are closed.