Odisha Link
Bridging the Missing Links in Odisha

୧୨ତମ ବାର୍ଷିକ ଉତ୍ସବ ପାଳନ କଲା ଖିମଜୀ ଜୁଏଲର୍ସ

ଭୁବନେଶ୍ୱର: ଓଡ଼ିଶାର ସବୁଠାରୁ ବିଶ୍ୱସ୍ତ ଅଳଙ୍କାର ବ୍ରାଣ୍ଡ ଓ ୮୪ ବର୍ଷର ଅଭିଜ୍ଞତା ଥିବା ଖିମଜୀ ଜୁଏଲର୍ସ ଭୁବନେଶ୍ୱରରେ ଏହାର ପ୍ରତିଷ୍ଠିତ ୬୨୧ ଜନପଥ ଷ୍ଟୋରର ୧୨ତମ ବାର୍ଷିକୀ ପାଳନ କରିଛି। ଏହି ଅବସରରେ ହଲମାର୍କ ସୁନା ଅଳଙ୍କାରର ଗଢା ମୂଲ୍ୟ ଉପରେ ଫ୍ଲାଟ୍ ୫୦% ରିହାତି, ସ୍ୱିକୃତି ପ୍ରାପ୍ତ ହୀରା ଉପରେ ଫ୍ଲାଟ୍ ୨୦% ରିହାତି, ରୂପା ଅଳଙ୍କାରର କିଣାମୂଲ୍ୟ ଉପରେ ଫ୍ଲାଟ୍ ୧୦% ରିହାତି ଏବଂ ରୂପା ସାମଗ୍ରୀ ମୂଲ୍ୟ ଉପରେ ଫ୍ଲାଟ୍‌ ୧୦% ରିହାତି ଭଳି ଅନେକ ମନଲୋଭା ଅଫର୍ ନିଜର ପ୍ରିୟ ଗ୍ରାହାକମାନଙ୍କ ପାଇଁ ଆଣିଛି।

ଏହି ଅଫର ଗୁଡ଼ିକ ୨୦ ଫେବୃୟାରୀ ଠାରୁ ୭ ମାର୍ଚ୍ଚ ୨୦୨୧ ପର୍ଯ୍ୟନ୍ତ କେବଳ ଭୁବନେଶ୍ୱରେ ଥିବା ଖିମଜୀ ଜୁଏଲର୍ସର ୬୨୧ ଜନପଥ ଷ୍ଟୋର ଓ ଚନ୍ଦ୍ରଶେଖରପୁର ଷ୍ଟୋରରେ ଉପଲବ୍ଧ ରହିବ। ଏହି ଅବସରରେ ଯୋଗଦେଇ ଖିମଜୀ ଜୁଏଲର୍ସର ସିଇଓ, ସୌରଭ ଦାସ ଗୁପ୍ତା କହିଛନ୍ତି, ଞ୍ଛଆମର ଜନପଥ୍ ଷ୍ଟୋର୍‌ର ସଫଳତାର ୧୨ତମ ବର୍ଷକୁ ପାଳନ କରିଥିବାରୁ ଆମେ ଅତ୍ୟନ୍ତ ଆନନ୍ଦିତ।

ଖିମଜୀ ଜୁଏଲର୍ସର ୬୨୧ ଜନପଥ ଷ୍ଟୋର ଆରମ୍ଭ ଦିନରୁ ଏହା କେବଳ ଏକ ଅଳଙ୍କାର ଷ୍ଟୋର ଭାବରେ ନୁହେଁ ବରଂ ଭୁବନେଶ୍ୱର ଲୋକଙ୍କ ପାଇଁ ଏକ ପ୍ରତିଷ୍ଠିତ ସ୍ଥାନ ଭାବରେ ପରିଚିତ। ଏହି ବର୍ଷ ଗୁଡ଼ିକରେ କ୍ରମାଗତ ଭାବରେ ଆମକୁ ବିଶ୍ୱାସ କରି ଏବଂ ଏହାକୁ ସମଗ୍ର ଭୁବନେଶ୍ୱରରେ ସବୁଠାରୁ ଚାହିଦା ଅଳଙ୍କାର ବ୍ରାଣ୍ଡ ଭାବରେ ପରିଣତ କରିଥିବାରୁ ଆମର ପ୍ରିୟ ଗ୍ରାହାକଙ୍କ ନିକଟରେ ଆମେ କୃତଜ୍ଞ। ଆଗାମୀ ଦିନରେ ଖିମଜୀ ଜୁଏଲର୍ସ ଅଧିକ ଗ୍ରାହାକଙ୍କ ସହ ଜଡିତ ହେବା ସଙ୍ଗେସଙ୍ଗେ ସେମାନଙ୍କ ସହିତ ନିଜର ଅଭିବୃଦ୍ଧି ଯାତ୍ରା ଜାରି ରଖିବାକୁ ଇଚ୍ଛା ପ୍ରକାଶ କରିଛନ୍ତି । ଖିମଜୀ ଜୁଏଲର୍ସର ୬୨୧ ଷ୍ଟୋର ଜନପଥର ସବୁଠାରୁ ବଡ ଅଳଙ୍କାର ଷ୍ଟୋର ଅଟେ।

ଏହି ୪ମହଲା ବିଶିଷ୍ଟ ଅଳଙ୍କାର ଷ୍ଟୋରରେ ଜାତୀୟ ଏବଂ ଆନ୍ତରର୍ଜାତୀୟ ଡିଜାଇନ୍‌ର ସୁନା ଅଳଙ୍କାରମାନ ରହିଛି । ଏହା ଧ୍ୟାନ ଦେବା ଉଚିତ୍ ଯେ ସମଗ୍ର ଭୁବନେଶ୍ୱରରେ ‘ବାଲା ଏବଂ କଙ୍ଗନ୍‌ର’ ସର୍ବ ବୃହତ୍ ସଂଗ୍ରହ ଏହି ଷ୍ଟୋରରେ ଉପଲବ୍ଧ। ଏହା ସହ ହୀରା, ପ୍ଲାଟିନମ୍‌, ରୂପା ଅଳଙ୍କାର ଓ ରୂପାର ଅନେକ ସାମଗ୍ରୀ ରହିଛି । ଅଳଙ୍କାର ବ୍ୟତିତ ଷ୍ଟୋରରେ ଆନ୍ତରର୍ଜାତୀୟ ବ୍ରାଣ୍ଡର ଅନେକ ଘଣ୍ଟାର ଏକ ନିଆରା ସଂଗ୍ରହ ମଧ୍ୟ ରହିଛି ।

ଏହି ଉତ୍ସବରେ ଖିମଜୀ ଏବଂ ୯୨.୭ ବିଗ୍ ଏଫ୍‌ଏମ୍‌ର ମିଳିତ ସହେଯାଗରେ ନିକଟରେ ଅନୁଷ୍ଠିତ ହୋଇଯାଇଥିବା ଭାଲେନ୍‌ଣ୍ଟାଇନ୍ ସେଲ୍ଫି ପ୍ରତିଯୋଗିତାର ୩ ଜଣ ବିଜେତାଙ୍କ ନାମ ଘୋଷଣା କରାଯାଇଥିଲା, ଯେଉଁଥିରେ ଗ୍ରାହାକମାନେ ଖିମଜୀର ବିଭିନ୍ନ ଷ୍ଟୋରକୁ ଯାଇ ସେଲ୍ଫି ପଏଣ୍ଟରେ ସେଲ୍ଫି ନେଇ ନିଜର ସୋସିଆଲ୍‌ ମିଡିଆରେ ପୋଷ୍ଟ କରି ଖିମଜୀ ଜୁଏଲର୍ସ ଅଫିସିଆଲ୍ ପେଜ୍ କୁ ଟ୍ୟାଗ୍ କରିଥିଲେ।

ଏଥିରେ ବିଜେତାମାନଙ୍କୁ ପୁରଷ୍କାର ଭାବରେ ସୁନା ମୁଦ୍ରା ପ୍ରଦାନ କରାଯାଇଥିଲା। ପ୍ରତିଯୋଗିତାରେ ଭୁବନେଶ୍ୱରର ଡ. ସୁରଜ୍ ମେହେର୍‌, ଡ. ସୋନମ୍ ସ୍ୱାଇଁ ଏବଂ ଗୁରୁ ଆଶିଷ୍ ମହାନ୍ତି ବିଜେତା ହୋଇଥିଲେ। ଭାଲେନ୍‌ଣ୍ଟାଇନ୍ ସେଲ୍ଫି ପ୍ରତିଯୋଗିତା ଜିତିବାରେ ମୁଁ ଓ ମୋ ସ୍ୱାମୀ ଅତ୍ୟନ୍ତ ଆନନ୍ଦିତ। ମୁଁ ଜାଣିବାରେ ମୋ ପରିବାର ଖିମଜୀ ଜୁଏଲର୍ସର ଗ୍ରାହକ। ସୁନାର ଗୁଣବତ୍ତା ଓ କାରିଗରୀ ପାଇଁ ମୁଁ ଅନ୍ୟ ବ୍ରାଣ୍ଡ ଅପେକ୍ଷା ଖିମଜୀ ଅଳଙ୍କାରକୁ ପସନ୍ଦ କରେ। ମୋର ସମସ୍ତ ବିବାହ ଅଳଙ୍କାର ଖିମଜୀ ଅଳଙ୍କାରରୁ ଆସିଥିଲା ଓ ଏହାର ଡିଜାଇନ୍ ସବୁବେଳେ ସମସ୍ତଙ୍କ ମନପସନ୍ଦ ରହିଛି।

ଖିମଜୀ ଜୁଏଲର୍ସର ଆଉ ଏକ ବିଶେସତ୍ୱ ପ୍ରକାଶ କରିବାକୁ ଚାହୁଁଛି, ଯାହାକି ଏଠାରେ ଥିବା ହୀରା ଆଇଜିଆଇ ସ୍ୱିକୃତି ପ୍ରାପ୍ତ ଅଟେ, ତେଣୁ ପ୍ରତିଥର ଖିମଜୀ ଜୁଏଲର୍ସରୁ ହୀରା କିଣିବା ଆମକୁ ନିରାପଦ ଅନୁଭବ କରାଏ‛ ବୋଲି ଭାଲେନ୍‌ଣ୍ଟାଇନ୍ ପ୍ରତିଯୋଗିତାର ଅନ୍ୟତମ ବିଜେତା ଡ. ସୁରଜ୍ ମେହେର୍‌ଙ୍କ ପତ୍ନୀ କହିଛନ୍ତି।

Comments are closed.