Odisha Link
Bridging the Missing Links in Odisha

ବିଷ ବଳୟରେ ୭ ସହର

ଭୁବନେଶ୍ବର: ରାଜ୍ୟର ୭ଟି ସହରରେ ବାୟୁ ପ୍ରଦୂଷଣର ମାତ୍ରା ବଢ଼ିବାରେ ଲାଗିଛି। ରାଜଧାନୀ ଭୁବନେଶ୍ୱର ସହ କଟକ, ବାଲେଶ୍ୱର, ଅନୁଗୁଳ, ତାଳଚେର, ରାଉରକେଲା ଓ କଳିଙ୍ଗନଗରରେ ବାୟୁ ପ୍ରଦୂଷଣ ଅଧିକ ରହୁଛି। ତେଣୁ ଏହାକୁ ନନ୍-ଆଟେନମେଣ୍ଟ ସିଟିର ଆଖ୍ୟା ଦିଆଯାଇଛି।

ଏହି ସହରର ବାୟୁମଣ୍ଡଳରେ ଦିନ ୧୦ଟାରୁ ୨ ପର୍ଯ୍ୟନ୍ତ ମାତ୍ରା ନିର୍ଦ୍ଧାରଣ ମାନଠାରୁ ଅଧିକ ରହୁଥିବା ଦେଖିବାକୁ ମିଳୁଛି ବୋଲି ଆଜି ବିଧାନସଭାରେ ଉତ୍ତର ରଖି ସୂଚନା ଦେଇଛନ୍ତି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ। ଯାହା ସମସ୍ତଙ୍କ ଚିନ୍ତାକୁ ବଢାଇ ଦେଇଛି।

ଏହା ସହିତ ବିଧାୟକ ପ୍ରଶାନ୍ତ ବେହେରାଙ୍କ ପ୍ରଶ୍ନର ଉତ୍ତର ଦେଇ ମନ୍ତ୍ରୀ କହିଛନ୍ତି ଯେ, ଉପରୋକ୍ତ ସହରଗୁଡ଼ିକରେ SO2 ଓ NOxର ମାତ୍ରା ଠିକ୍ ରହୁଛି ହେଲେ ୧୦ଟାରୁ ୨ଟା ପର୍ଯ୍ୟନ୍ତ ମାତ୍ରା ଅଧିକ ରହୁଛି।

ସହରର ଯାନବାହାନ ଚଳାଚଳ ତଥା ଅନ୍ୟାନ୍ୟ କାରଣରୁ ବାୟୁ ପ୍ରଦୂଷଣ ହ୍ରାସ କରିବାକୁ ସରକାର ଏକ ବିସ୍ତୃତ କାର୍ଯ୍ୟ ଖସଡା ପ୍ରସ୍ତୁତ କରିଛନ୍ତି ବୋଲି ଜଙ୍ଗଲ ଓ ପରିବେଶ ବିଭାଗର ମନ୍ତ୍ରୀ ବିକ୍ରମ କେଶରୀ ଆରୁଖ କହିଛନ୍ତି।

ଏଥିପାଇଁ ପ୍ରଶାସନ ପକ୍ଷରୁ କଣ ପଦକ୍ଷେପ ନିଆଯାଇଛି ସେନେଇ ମଧ୍ୟ ମନ୍ତ୍ରୀ ସୂଚନା ଦେଇଛନ୍ତି।

Comments are closed.