Odisha Link
Bridging the Missing Links in Odisha

ତୈଳ ଦର ବୃଦ୍ଧିରେ କଂଗ୍ରେସ ବିଧାୟକଙ୍କ ଅଭିନବ ପ୍ରତିବାଦ, ସାଇକେଲରେ ଆସିଲେ ବିଧାନସଭା

ଭୁବନେଶ୍ବର: ଦେଶରେ ଦିନକୁ ଦିନ ହୁ ହୁ ହୋଇ ବଢ଼ି ଚାଲିଛି ତୈଳ ଦର। ପେଟ୍ରୋଲ ଓ ଡିଜେଲ ଦର କ୍ରମାଗତ ଭାବେ ବଢ଼ିବାରେ ଲାଗିଛି। ଯାହାଫଳରେ ଏହାର ସିଧାସଳଖ ପ୍ରଭାବ ସାଧାରଣ ଜନତାଙ୍କ ଉପରେ ପଡ଼ୁଛି। ଏସବୁକୁ ନଜରରେ ରଖି କଂଗ୍ରେସ ବିଧାୟକମାନେ ପେଟ୍ରୋଲ ଓ ଡିଜେଲ ଦର ବୃଦ୍ଧିର ପ୍ରତିବାଦ ଅଭିନବ ଉପାୟରେ କରିଛନ୍ତି।

ବିଧାନସଭାର ବଜେଟ୍ ଅଧିବେଶନ ଚାଲିଥିବା ବେଳେ ସୋମବାର ଦିନ କଂଗ୍ରେସ ବିଧାୟକମାନେ ସାଇକେଲରେ ବିଧାନସଭା ଆସିଥିବା ଦେଖିବାକୁ ମିଳିଛି। କଂଗ୍ରେସ ବିଧାୟକ ତାରପ୍ରସାଦ ବାହିନୀପତି, ଅଧିରାଜ ପାଣିଗ୍ରାହୀ ଓ ସୁର ରାଉତରାୟ ସାଇକେଲରେ ବିଧାନସଭା ଆସିଛନ୍ତି। ଏହି ତିନି ବିଧାୟକଙ୍କ ସାଇକେଲ ଚଲା ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

Comments are closed.