Odisha Link
Bridging the Missing Links in Odisha

ଡକାୟତି କରି ଜେଲ ଗଲେ ପୂର୍ବତନ ବିଧାୟକ

ଫୁଲବାଣୀ: ଡକାୟତି ମାମଲାରେ ଗିରଫ ହୋଇଛନ୍ତି ଫୁଲବାଣୀର ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର। ଫୁଲବାଣୀର କାଟ୍ରିଙ୍ଗିଆ ଏବଂ କାଟ୍ରାମାଲା ରାସ୍ତାରେ ଢେଙ୍କାନାଳର ଜଣେ ବ୍ୟକ୍ତିଙ୍କୁ ଧମକାଇବା ସହ ତାଙ୍କଠାରୁ ଟଙ୍କା ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା।

ଏ ନେଇ ଗତ ୧୧ ତାରିଖରେ ଫୁଲବାଣୀ ଥାନାରେ ଅଭିଯୋଗ କରିଥିଲେ ସମ୍ପୃକ୍ତ ବ୍ୟବସାୟୀ। ଅଭିଯୋଗକୁ ଭିତ୍ତି କରି ଫୁଲବାଣୀ ପୋଲିସ ପୂର୍ବତନ ବିଧାୟକ ଦେବେନ୍ଦ୍ର କହଁର ଏବଂ ତାଙ୍କର ଜଣେ ସହଯୋଗୀଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି। କୋର୍ଟ ଦେବେନ୍ଦ୍ର କହଁରଙ୍କ ଜାମିନ୍ ଆବେଦନ ଖାରଜ କରି ବିଚାର ବିଭାଗୀୟ ହାଜତକୁ ପଠାଇ ଦେଇଛନ୍ତି।

ସେପଟେ ଏହି ମାମଲାରେ କନ୍ଧମାଳ ଜିଲ୍ଲା ଆରକ୍ଷୀ ଅଧିକ୍ଷକ ୨ ଜଣଙ୍କୁ ନିଲମ୍ବିତ କରିଛନ୍ତି। ଆରବିଏନର ସୁବେଦାର ଶିବବ୍ରତ ବେହେରା, ହାବିଲଦାର ଶ୍ରୀନିବାସ କହଁରଙ୍କୁ ନିଲମ୍ବନ କରାଯାଇଛି। ସୁବେଦାର ଶିବବ୍ରତ ବେହେରା ଫେରାର ଥିବା ଜଣାପଡ଼ିଛି।

Comments are closed.