Odisha Link
Bridging the Missing Links in Odisha

ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ

ଭୁବନେଶ୍ବର: ବାରିପଦାର ପୂର୍ବତନ ବିଧାୟକ ବିମଳଲୋଚନ ଦାସଙ୍କ ପରଲୋକ। ହୃଦଘାତ ଯୋଗୁଁ ବିମଳଲୋଚନ ଦାସଙ୍କ ପରଲୋକ ହୋଇଥିବା ନେଇ ଜଣାପଡିଛି। ବାରିପଦା ସ୍ଥିତ ବାସଭବନରେ ତାଙ୍କର ଦେହାନ୍ତ ହୋଇଛି। ମୃତ୍ୟୁ ବେଳକୁ ତାଙ୍କୁ ୮୬ ବର୍ଷ ବୟସ ହୋଇଥିଲା। ବିଭିନ୍ନ ଦଳର ନେତା, ସମାଜସେବୀ ଏବଂ ଜିଲ୍ଲାର ଅନେକ ଲୋକ ତାଙ୍କ ବାସଭବନରେ ତାଙ୍କର ଶେଷ ଦର୍ଶନ କରିଛନ୍ତି।

ବିମଳଲୋଚନ ଦାସ ୧୯୩୬ ମସିହା ଅକ୍ଟୋବର ୧୧ତାରିଖରେ ମୟୂରଭଞ୍ଜ ଜିଲ୍ଲାରେ ଜନ୍ମଗ୍ରହଣ କରିଥିଲେ। ବିମଳଲୋଚନ ଶୁଳିଆପଦା ବ୍ଲକ୍ ଉପାଧ୍ୟକ୍ଷ ଭାବେ ରାଜନୈତିକ ଜୀବନ ଆରମ୍ଭ କରିଥିଲେ। ବିମଳଲୋଚନ ୨୦୦୯ରୁ ୨୦୧୪ ଯାଏଁ ବାରିପଦାରୁ ବିଧାନସଭାକୁ ପ୍ରତିନିଧିତ୍ବ କରିଥିଲେ। ଝାଡଖଣ୍ଡ ମୁକ୍ତି ମୋର୍ଚ୍ଚା ଟିକେଟରେ ସେ ବିଧାୟକ ହୋଇଥିଲେ।

ଏହା ବ୍ୟତୀତ ବିମଳଲୋଚନ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କ ସଭାପତି ମଧ୍ୟ ଥିଲେ। ତେବେ ସେହି ସମୟରେ ବାରିପଦା ଅର୍ବାନ୍‌ କୋ-ଅପରେଟିଭ ବ୍ୟାଙ୍କରେ ବ୍ୟାପକ ଅର୍ଥ ହେରଫେର ଓ ଅନିୟମିତତା ଅଭିଯୋଗ ହୋଇଥିଲା। ପରବର୍ତ୍ତୀ ସମୟରେ ସେହି ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ବିମଳଲୋଚନ।

Comments are closed.