Odisha Link
Bridging the Missing Links in Odisha

ଟିକା ନନେଲେ ସୁବିଧା ରଦ୍ଦ!

ଭୁବେନେଶ୍ବର: ରେଜିଷ୍ଟ୍ରେସନ କରି ଟିକା ନନେଲେ ହରାଇବେ ଯାବତୀୟ ସୁବିଧା। ଏନେଇ ସବୁ ଜିଲ୍ଲାପାଳଙ୍କୁ ଚିଠି କରିଛନ୍ତି ସ୍ବାସ୍ଥ୍ୟ ବିଭାଗ ଏସିଏସ। ସବୁ ସ୍ବାସ୍ଥ୍ୟ କର୍ମୀ ଏବଂ ସମ୍ମୁଖ କର୍ମୀଙ୍କୁ ତାଗିଦ କରିବାକୁ ଜିାଲ୍ଲାପାଳଙ୍କୁ ଚିଠିରେ ନିର୍ଦ୍ଦେଶ ଦିଆ ଯାଇଛି।

ଏହା ସହିତ ରେଜିଷ୍ଟ୍ରେସନ କରି ଉପଯୁକ୍ତ କାରଣ ନଦର୍ଶାଇ ଟିକା ନନେଲେ ସୁବିଧା ରଦ୍ଧ କରାଯିବ। ଯଦି ପରେ ସଂକ୍ରମିତ ହୁଅନ୍ତି। ତାହାଲେ କୌଣସି ସୁବିଧା ମିଳି ପାରିବ ନାହିଁ। ଏହା ସହିତ ମାଗଣା ଚିକିତ୍ସା ଓ ଚିକିତ୍ସା ଅବଧିକୁ ଡ୍ୟୁଟି ଭାବେ ଗଣତି ସୁବିଧା ମିଳି ପାରିବ ନାହିଁ।

ଆର୍ଥିକ ତଥା ଅନ୍ୟାନ୍ୟ ସୁବିଧା ସୁଯୋଗ ମଧ୍ୟ ମିଳିବ ନାହିଁ। ଟିକା ନେଇନଥିବା ସ୍ବାସ୍ଥ୍ୟ କର୍ମୀ ଓ ସମ୍ମୁଖ କର୍ମୀଙ୍କୁ ବୁଝାଇବାକୁ ପରାମର୍ଶ ଦିଆଯାଇଛି।

Comments are closed.