Odisha Link
Bridging the Missing Links in Odisha

ମାଉଜର ଦେଖାଇ ଲୁଟ୍

ବ୍ରହ୍ମପୁର: ଗଞ୍ଜାମ ଜିଲ୍ଲା ପାଲୁର ଛକ ସୁବଳୟା ଗ୍ରାମ ନିକଟରେ ଲୁଟ୍। ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ୍‌ ଲୁଟିନେଲେ ଦୁର୍ବୃତ୍ତ। ପୁଲିସ ଘଟଣା ସ୍ଥଳରେ ପହଁଞ୍ଚି ତଦନ୍ତ ଆରମ୍ଭ କରିଛି।

ପ୍ରକାଶ ଯେ, ଗଞ୍ଜାମ ଜିଲ୍ଲା ହୁମ୍ମାରୁ ରମ୍ଭା ଆସୁଥିବା ବେଳେ ଜନସେବା କେନ୍ଦ୍ର କର୍ମଚାରୀ ଛାୟାକାନ୍ତ ବେହେରାଙ୍କଠାରୁ ଲୁଟ୍ କରିଛନ୍ତି ଦୁର୍ବୃତ୍ତ। ଛାୟାକାନ୍ତଙ୍କୁ ମାଉଜର ଦେଖାଇ ଲକ୍ଷାଧିକ ଟଙ୍କା ସହ ଲାପଟପ ଲୁଟି ନେଇଛନ୍ତି ଦୁର୍ବୃତ୍ତ।

ଏନେଇ ଛାୟାକାନ୍ତ ରମ୍ଭା ଥାନାରେ ଅଭିଯୋଗ କରିଛନ୍ତି। ଅଭିଯୋଗ ଆଧାରରେ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।

Comments are closed.