Odisha Link
Bridging the Missing Links in Odisha

ଆଜି ଠାରୁ JEE ମେନ୍ ପରୀକ୍ଷା

ଭୁବନେଶ୍ୱର : ନ୍ୟାସନାଲ ଟେଷ୍ଟିଂ ଏଜେନ୍ସି ଦ୍ୱାରା ପରିଚାଳିତ ଜେଇଇ ମେନ୍ ପରୀକ୍ଷା ଆଜି ଅନୁଷ୍ଠିତ ହେବ। ଦେଶରୁ ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ ଜେଇଇ ମେନ୍ ପରୀକ୍ଷା ଦେବେ। ଛାତ୍ରଛାତ୍ରୀ ଚାହିଁଲେ ୪ ଥର ପରୀକ୍ଷା ଦେଇପାରିବେ।

ଫେବ୍ରୁଆରୀ, ମାର୍ଚ୍ଚ, ଏପ୍ରିଲ ଓ ମେ’ ମାସରେ ପରୀକ୍ଷା ହେବ। ବେଷ୍ଟ ରାଙ୍କ ଆଧାରରେ ନାମଲେଖା ହେବ। ଫେବ୍ରୁଆରୀ ୨୩ରୁ ୨୬ ତାରିଖରେ ମଧ୍ୟରେ ହେବାକୁ ଥିବା ପ୍ରଥମ ପରୀକ୍ଷାରେ ୬ ଲକ୍ଷ ୬୧ ହଜାର ୭୬୧ ଜଣ ପରୀକ୍ଷା ଦେବେ। ଦୁଇଟି ସିଫ୍ଟରେ ପରୀକ୍ଷାର୍ଥୀ ପରୀକ୍ଷା ଦେବେ। ପ୍ରଥମ ସିଫ୍ଟ ୯ଟାରୁ ୧୨ ଏବଂ ଦ୍ୱିତୀୟ ସିଫ୍ଟ ୩ଟାରୁ ୬ଟା ରହିଛି।

ସେହିପରି ମାର୍ଚ୍ଚ ୧୫ରୁ ୧୮ ତାରିଖ ମଧ୍ୟରେ ୫ ଲକ୍ଷ ୪ ହଜାର ୫୪୦ ଜଣ ପରୀକ୍ଷାର୍ଥୀ ପାରକ୍ଷା ଦେବେ । ଏପ୍ରିଲ ୨୭ରୁ ୩୦ ତାରିଖ ମଧ୍ୟରେ ୪ ଲକ୍ଷ ୯୮ ହଜାର ୯୧୦ ଜଣ ପରୀକ୍ଷା ଦେବେ । ମେ’ ୨୪ରୁ ୨୮ ତାରିଖ ମଧ୍ୟରେ ୫ ଲକ୍ଷ ୯ ହଜାର ୯୭୨ ଜଣ ପରୀକ୍ଷା ଦେବେ।

କେବଳ ଓଡ଼ିଶାରୁ ପ୍ରାୟ ୪୦ ହଜାର ଛାତ୍ରଛାତ୍ରୀ ପରୀକ୍ଷା ପାଇଁ ପଞ୍ଜିକରଣ କରିଛନ୍ତି । ସଂପୂର୍ଣ୍ଣ ଅନଲାଇନ୍ ମୋଡ୍‌ରେ ପରୀକ୍ଷା ହେବ। ଏଥିପାଇଁ ରାଜ୍ୟର ୧୬ଟି ସହରରେ ପ୍ରାୟ ୮୫ଟି କେନ୍ଦ୍ର କରାଯାଇଛି।

ଚଳିତବର୍ଷ ଠାରୁ ଆଞ୍ଚଳିକ ଭାଷାରେ ପରୀକ୍ଷା ହେବ। କୋଭିଡ୍ ସଂକ୍ରମଣ ପାଇଁ ୨ଟି ପର୍ଯ୍ୟାୟରେ ପରୀକ୍ଷା କରାଯିବ। ସକାଳ ୯ଟାରୁ ୧୨ଟା ପ୍ରଥମ ସିଟିଂ ଓ ଅପରାହ୍ଣ ୩ଟାରୁ ୬ଟା ଦ୍ୱିତୀୟ ସିଟିଂ ପରୀକ୍ଷା ହେବ।

ପରୀକ୍ଷାର ୨ ଘଣ୍ଟା ପୂର୍ବରୁ କେନ୍ଦ୍ରରେ ପହଞ୍ଚିବେ ପରୀକ୍ଷାର୍ଥୀ। କୋଭିଡ୍ ଯୋଗୁ ମାସ୍କ ପିନ୍ଧିବା ବାଧ୍ୟତାମୂଳକ କରାଯାଇଛି। ପରୀକ୍ଷା ହଲ ଭିତରକୁ ୫୦ ଏମ୍ଏଲର ସାନିଟାଇଜର ନେଇପାରିବେ ପରୀକ୍ଷାର୍ଥୀ। ସେହିପରି ଗେଟ୍ ନିକଟରେ ଥର୍ମାଲ ସ୍କାନିଂ କରାଯିବ।

Comments are closed.