Odisha Link
Bridging the Missing Links in Odisha

ପଶ୍ଚିମବଙ୍ଗ ନିର୍ବାଚନ: ମେଣ୍ଟିଲା ବାମଦଳ ଓ କଂଗ୍ରେସ ମଧ୍ୟରେ ଆସନ ବୁଝାମଣା ବିବାଦ

କଲିକତା: ମାତ୍ର ଆଉ କିଛିଦିନ ମଧ୍ୟରେ ନିର୍ବାଚନ କମିଶନ ପଶ୍ଚିମବଙ୍ଗ ବିଧାନସଭା ଆସନ ପାଇଁ ତାରିଖ ଘୋଷଣା କରିପାରନ୍ତି। ଏହାରି ମଧ୍ୟରେ ନିର୍ବାଚନକୁ ନେଇ ବିଜେପି ଓ ଟିଏମସି ମଧ୍ୟରେ ବାଦ ବିବାଦ ଲାଗି ରହିଥିବା ବେଳେ ପଶ୍ଚିମବଙ୍ଗ ନିର୍ବାଚନରେ ଅନ୍ୟ ଏକ ମେଣ୍ଟ ବାମଦଳ ଓ କଂଗ୍ରେସ ନିର୍ବାଚନୀ ମୈଦାନକୁ ଉହ୍ଲାଇବାକୁ ପ୍ରସ୍ତୁତ ହୋଇଛି।

ଏହି ଦୁଇଦଳ ମଧ୍ୟରେ ଆସନ ଭାଗବଣ୍ଟାକୁ ନେଇ ଥିବା ବିବାଦ ଏକ ପ୍ରକାର ସମାଧାନ ହୋଇଛି ବୋଲି ଜଣାପଡିଛି। ହେଲେ ଏନେଇ ଆସନ୍ତା ୨୮ ତାରିଖରେ ଉଭୟ ଦଳ ବିଧିବଦ୍ଧ ଘୋଷଣା କରିବେ।

ସୂଚନାଯୋଗ୍ୟ ଯେ, ଏଥର ଏହି ମେଣ୍ଟରେ ଆୱାସ ସିଦ୍ଦିକଙ୍କ ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ସାମିଲ ହେବାକୁ ଯାଉଛି। କହିରଖୁ କି ପ୍ରଥମରୁ କଂଗ୍ରେସ ବାମଦଳକୁ ୧୩୦ ଟି ଆସନ ମାଗିଥିବା ବେଳେ ଏବେ ୧୦୦ ଟି ଆସନରେ କଂଗ୍ରେସ ସନ୍ତୁଷ୍ଟ ହୋଇଛି।

ଇଣ୍ଡିଆନ ସେକୁଲାର ଫ୍ରଣ୍ଟ ୬୦ ଟି ଆସନ ମାଗିଥିବା ବେଳେ ମେଣ୍ଟ ତାକୁ ୩୦ ଟି ଆସନ ଦେବାକୁ ନିଷ୍ପତ୍ତି କରିଛି। ସୂଚନା ଥାଉକି ୨୦୧୬ ପଶ୍ଚିମବଙ୍ଗ ବିଧାନସଭା ନିର୍ବାଚନରେ କଂଗ୍ରେସ ୯୨ ଟି ଆସନରେ ପ୍ରତିଦ୍ୱନ୍ଦିତା କରିଥିଲା। ଯାହା ମଧ୍ୟରୁ ୪୪ ଟି ଆସନରେ ବିଜୟ ଲାଭ କରିଥିଲା।

ଅନ୍ୟପଟେ ବାମମୋର୍ଚ୍ଚା ତା ନିଜ ଖାତାରୁ କିଛି ଆସନ ଆରଜେଡିକୁ ଦେବ ବୋଲି ବି ସୂଚନା ରହିଛି। ହେଲେ ଚଳିତ ମାସ ୨୮ ତାରିଖରେ କୋଲକତାର ବ୍ରିଗେଡ ଗ୍ରାଉଣ୍ଡରେ ହେବାକୁ ଥିବା ଜନସଭାରେ ଏନେଇ ଉଭୟ ଦଳ ବିଧିବଦ୍ଧ ଘୋଷଣା କରିବେ।

Comments are closed.