Odisha Link
Bridging the Missing Links in Odisha

ସାବଧାନ! ପର୍ଣ୍ଣ ଭିଡ଼ିଓ ଦେଖିଲେ ଆସିବ ପୋଲିସ ମେସେଜ

ଲକ୍ଷ୍ନୌ: ଅପାଣ ପର୍ଣ୍ଣ ଭିଡ଼ିଓ ଦେଖିଛନ୍ତି କି? ଯଦି ହଁ ତାହେଲେ ହେଇଯାଆନ୍ତୁ ସାବଧାନ ଦେଖୁଥିଲେ ସାବଧାନ। ଏଣିକି ପର୍ଣ୍ଣ ଦେଖିଲେ ପୋଲିସ ପଠାଇବ ମେସେଜ। ଅନଲାଇନରେ ପର୍ଣ୍ଣ ଦେଖୁଥିବା ଲୋକଙ୍କ ଉପରେ ପୋଲିସ ରଖିଛି ତୀକ୍ଷ୍ଣ ନଜର।

ଡାଟାର ଅପବ୍ୟବହାର କରି ଲୋକେ ଇଣ୍ଟରନେଟରେ କଣ ଦେଖୁଛନ୍ତି ତା ଉପରେ କଡା ନଜର ରଖିଛି ପୋଲିସ। ଆଉ ଫୋନରେ ପର୍ଣ୍ଣର କୌଣସି ବି ଜିନିଷ ସର୍ଚ୍ଚ କଲେ ସଙ୍ଗେ ସଙ୍ଗେ ମେସେଜ ଦେଉଛି ପୋଲିସ। ଆଉ ଘରେ ପହଞ୍ଚି ଚେତାବନୀ ଦେଇ ଯାଉଛି।

ନାରୀ ସୁରକ୍ଷା ଏବଂ ମହିଳାଙ୍କ ପ୍ରତି ହେଉଥିବା ଜଘନ୍ୟ ଅପରାଧ ରୋକିବାକୁ ଏମିତି ଫଣ୍ଡା ଆପଣାଇଛି ୟୁପି ପୋଲିସ। ପର୍ଣ୍ଣ ଦେଖୁଥିବା ଲୋକଙ୍କୁ ନିଜ ସ୍କାନରରେ ରଖିବାକୁ ଏକ ସ୍ୱତନ୍ତ୍ର ଟିମ ଗଠନ ହୋଇଛି। ୟୁପି ୱମେନ ପାୱାର ଲାଇନ ୧୦୯୦ ନାମକ ଟିମ୍ ଏହି ଅପରେସନରେ ସାମିଲ ଥିବା ବେଳେ ପର୍ଣ୍ଣ ସର୍ଚ୍ଚ କରୁଥିଲେ ଫୋନକୁ ଏକ ଆଲର୍ଟ ମେସେଜ ଆସିବ ଆଉ ତାପରେ ଘରେ ପହଞ୍ଚି ସତର୍କ କରାଇ ଯିବ ପୋଲିସ। ଦେଖନ୍ତୁ ପର୍ଣ୍ଣ ଖୋଜୁଥିଲେ ପୋଲିସ ଦେଉଛି କେମିଚି ମେସେଜ।

ପ୍ରଥମ ପର୍ଯ୍ୟାୟରେ ୬ଟି ଜିଲ୍ଲାରେ ଏହି ଅପରେସନ କରାଯାଇଥିବା ବେଳେ ସେଥିରେ ପୋଲିସକୁ ସଫଳତା ମିଳିଛି। ଆଉ ଖୁବଶୀଘ୍ର ଏହାକୁ ସାରା ରାଜ୍ୟରେ କାର୍ଯ୍ୟକାରୀ କରାଯିବ ବୋଲି କହିଛନ୍ତି ୟୁପି ଏଡିଜି ନିରା ରାୱତ। ତେବେ ୟୁପିରେ ପ୍ରତିଦିନ ମହିଳାଙ୍କ ସହ ଜଘନ୍ୟକାଣ୍ଡ ଘଟୁଛି। ହାଥରସ ଗଣଦୁଷ୍କର୍ମ ଘଟଣା ଦେଶର ଛାତିକୁ ଦୋହଲାଇଦେଇଥିବା ବେଳେ ସୈତାନଙ୍କ ବର୍ବରତା ଦେଖିଥିଲା ଭାରତ। ସମାନ ଘଟଣା ପାଇଁ ଉନ୍ନାଓ ବି ଚର୍ଚ୍ଚାର ପରିସରକୁ ଆସିଥିଲା।

ଆଉ ଉତ୍ତର ପ୍ରଦେଶରେ ଏମିତି ବାରମ୍ବାର ଲଜ୍ଜାଜନକ ଘଟଣା ପାଇଁ ଲଜ୍ଜିତ ହେଉଥିବା ସରକାର ଶେଷରେ ପର୍ଣ୍ଣ ସର୍ଚ୍ଚ ଉପରେ ନଜର ରଖିବାକୁ ନୂଆ ପନ୍ଥା ଆପଣାଇଛନ୍ତି। ଯଦିଓ ପୂର୍ବରୁ ଭାରତ ସରକାର କିଛି ପର୍ଣ୍ଣ ୱେବସାଇଡ ଉପରେ ରୋକ ଲଗାଇଥିଲେ ତଥାପି ପର୍ଣ୍ଣ ମହିଳାଙ୍କ ଉପରେ ଘଟୁଥିବା ଅପରାଧ ପାଇଁ ଦାୟୀ ବୋଲି କୁହାଯାଇପାରେ। ତେଣୁ ଏସବୁ ଉପରେ ଏବେ ପୋଲିସ ରଖିଛି ନଜର।

Comments are closed.