Odisha Link
Bridging the Missing Links in Odisha

ସାଂସଦ ଅପରାଜିତାଙ୍କୁ ମନ୍ତ୍ରୀ ଅଶୋକ ପଣ୍ଡାଙ୍କ ୪ ପ୍ରଶ୍ନ

ଭୁବନେଶ୍ବର: ବାଇ-ଲ ପ୍ରସଙ୍ଗରେ ପୁଣି ଭୁବନେଶ୍ୱର ସାଂସଦଙ୍କୁ ଘେରିଲେ ମନ୍ତ୍ରୀ ଅଶୋକ ପଣ୍ଡା। ବାଇ-ଲ ପ୍ରସଙ୍ଗରେ ସାଂସଦଙ୍କୁ ୪ଟି ପ୍ରଶ୍ନ ପଚାରିଛନ୍ତି ଅଶୋକ ପଣ୍ଡା। ମନ୍ତ୍ରୀ ଅଶୋକ କହିଛନ୍ତି ଯେ, ସଂସଦରେ ଏହି ପ୍ରସଙ୍ଗ ଉଠାଇ ପାରିଥାନ୍ତେ ସାଂସଦ। ସଂସଦ ଠାରୁ ବଡ ଫୋରମ ଆଉ କଣ ଅଛି, ସେଠାରେ ସବୁ ସାଂସଦ ନିଜ ଅଞ୍ଚଳର ସମସ୍ୟା ଉଠାଇଥାନ୍ତି, ଭୁବନେଶ୍ୱର ସାଂସଦ ଚାହିଁଥିଲେ ଏକ୍ରାମ କ୍ଷେତ୍ରର ବିକାଶରେ ବାଧା ସୃଷ୍ଟି କରୁଥିବା ବାଇ-ଲ ପ୍ରସଙ୍ଗ ଉଠାଇ ପାରିଥାନ୍ତେ ।

କେବଳ ଏତିକି ନୁହେଁ ବିଜୁ ଜନତା ଦଳ ଓ ବିଜେପି ଦଳର ସାଂସଦ ମାନେ କେନ୍ଦ୍ର ସଂସ୍କୃତି ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ସେଠାରେ ସାଂସଦଙ୍କୁ ଦେଖିବାକୁ ପାଇନଥିବା କହିଛନ୍ତି ମନ୍ତ୍ରୀ ଅଶୋକ ପଣ୍ଡା ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ବିଜେଡି ସାଂସଦମାନେ ସଂସଦୀୟ ବ୍ୟାପାର ମନ୍ତ୍ରୀଙ୍କୁ ଭେଟିଲେ, କିନ୍ତୁ ନିର୍ଦ୍ଦେଶ ସତ୍ତ୍ବେ ସେଠାକୁ ଆସିନଥିଲେ ଅପରାଜିତା ଷଡଙ୍ଗୀ। ଯାହା ଦୁର୍ଭାଗ୍ୟଜନକ ବୋଲି ଅଶୋକ ପଣ୍ଡା କହିଛନ୍ତି।

ସେପଟେ ଭୁବନେଶ୍ବର ସାଂସଦ ଅପରାଜିତା ‌ଷଡ଼ଙ୍ଗୀ କିଛି ସେବାୟତମାନଙ୍କୁ ନେଇ  ବାଇ-ଲ’ ବାବଦରେ ଆଲୋଚନା କରିଛନ୍ତି। ଆକ୍ଟ ଓ ବାଇ-ଲ’ ମଧ୍ୟରେ ଥିବା ପାର୍ଥକ୍ୟ ବୁଝାଇଛନ୍ତି। ଆଜି ପଳାସପଲ୍ଲୀସ୍ଥିତ ସାଂସଦଙ୍କ କାର୍ଯ୍ୟାଳୟରେ ବିଭିନ୍ନ ସେବାୟତମାନେ ଯୋଗଦେଇ ମତାମତ ଉପସ୍ଥାପନ କରିଥିଲେ। ସେମାନଙ୍କୁ ବୁଝାଇବାକୁ ଯାଇ ସାଂସଦ ଶ୍ରୀମତୀ ଷଡ଼ଙ୍ଗୀ କହିଥିଲେ ଯେ, ୧୯୯୨ଜୁନ୍‌ ୧୬ ପୂର୍ବରୁ କଟକଣା ପରିସରରେ ଯେଉଁ ଘର ରହିଛି, ତାହାର ମରାମତି ପାଇଁ ଅନୁମତି ଆବଶ୍ୟକ ନାହିଁ।

ଏହା ପରେ ଯେଉଁ ଘର କରାଯିବ, ସେଥିପାଇଁ ରାଜ୍ୟର କ୍ଷମତାପ୍ରାପ୍ତ ଅଧିକାରୀ ତଥା ସଂସ୍କୃତି ବିଭାଗ ନିର୍ଦେଶକଙ୍କୁ ଆବେଦନ କରିବାକୁ ପଡ଼ିବ। ସେଠାରୁ ଅନୁମୋଦନ ମିଳିବା ପରେ ପୁଣି ଏଏସ୍ଆଇ ଓ ଏନ୍‌ଏମ୍‌ଏକୁ ଯିବ। ସେଠାରୁ ଅନୁ‌ମୋଦନ ମିଳିବା ପରେ ଜଣେ ଘର କରିପାରିବ। ଏକାମ୍ର କ୍ଷେତ୍ରରେ ଏହି ନିୟମ ପୂର୍ବରୁ ଥିଲା, ଏବେ ବି ରହିଛି ବୋଲି ସାଂସଦ ବୁଝାଇଥିଲେ। କୀର୍ତ୍ତିରାଜିର ବିକାଶ ଓ ସଂରକ୍ଷଣ ଆବଶ୍ୟକ।

କିନ୍ତୁ ଏହି କାର୍ଯ୍ୟ ନିୟମ ଅନୁସାରେ ହେବାର ଆବଶ୍ୟକତା ରହିଛି। ଭାରତର ସବୁ ଐତିହ୍ୟସ୍ଥଳୀରେ ବାଇ-ଲ’ ଲାଗୁ କରାଯିବାକୁ ୨୦୧୦ ମସିହାରେ ସଂସଦରେ ଆଇନ କରାଯାଇଥିଲା। ଆକ୍ଟ୍‌ର ଊର୍ଦ୍ଧ୍ବରେ ବାଇ-ଲ’ ଯାଇ ପାରିବ ନାହିଁ ବୋଲି ସାଂସଦ ବୁଝାଇଥିଲେ। ରାଜ୍ୟ ସରକାରଙ୍କୁ କଟାକ୍ଷ କରି ସେ କହିଥିଲେ ଯେ ମନ୍ଦିର ନିକଟରୁ ଉଚ୍ଛେଦ ହୋଇଥିବା ସ୍ଥାୟୀ ଜମି ମାଲିକଙ୍କୁ କ୍ଷତିପୂରଣ ଦେବା ସହ ଉଠାଦୋକାନୀଙ୍କ ଥଇଥାନ ଜରୁରୀ।

ରାଜ୍ୟ ସରକାର ନିଷିଦ୍ଧାଞ୍ଚଳ ଏବଂ ରେଗୁଲେଟୋରି ଅଞ୍ଚଳରେ କୌଣସି ପ୍ରକଳ୍ପ କରିବା ପୂର୍ବରୁ ଜାତୀୟ ସ୍ମାରକ ପ୍ରାଧିକରଣ ବା ଏନ୍‌ଏମ୍‌ଏ ଏବଂ ଏଏସ୍‌ଆଇଠାରୁ ଆଇନଗତ ଅନୁମତି ନେବା ଜରୁରୀ ଥିଲା। ଆମ୍‌ସାର୍‌ ଆକ୍ଟ୍‌ ୧୯୫୮କୁ ଅଣଦେଖା କରି ଭଙ୍ଗାରୁଜା କରିବା ବେଆଇନ। ପ୍ରାଚୀନ ଐତିହ୍ୟ ଉପରେ କଂକ୍ରିଟ୍‌ ଚଢ଼ାଇବା ଉଚିତ ନୁହେଁ। ପ୍ରାଚୀନ ଐତିହ୍ୟର ସୁରକ୍ଷା ଜରୁରି ବୋଲି ସେ କହିଥିଲେ।

Comments are closed.