Odisha Link
Bridging the Missing Links in Odisha

ଆସାମକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ରାଜ୍ୟପାଳ

ଗୌହାଟୀ: ଆସାମକୁ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କଲେ ରାଜ୍ୟପାଳ। ଆସନ୍ତା ଏପ୍ରିଲ-ମେ ମାସରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ଏହା ପୂର୍ବରୁ ରାଜ୍ୟପାଳ ଜଗଦୀଶ ମୁଖୀ ଆଜି ଆସାମକୁ ଫେବୃଆରୀ ୨୭ରୁ ଆଗାମୀ ୬ ମାସ ପର୍ଯ୍ୟନ୍ତ ‘ଅଶାନ୍ତ ଅଞ୍ଚଳ’ ଘୋଷଣା କରିଛନ୍ତି।

ଏ ନେଇ ଏକ ଅଧିସୂଚନା ଜାରି ହୋଇଥିବା ବେଳେ ସଶସ୍ତ୍ର ବଳ (ସ୍ୱତନ୍ତ୍ର କ୍ଷମତା) ଅଧିନିୟମ ୧୯୫୮ ଧାରା ୩ରେ ଦିଆଯାଇଥିବା କ୍ଷମତା ବଳରେ ସାରା ରାଜ୍ୟ ଅଶାନ୍ତ କ୍ଷେତ୍ର ଘୋଷିତ ହୋଇଛି।

ଗତବର୍ଷ ପୂର୍ବୋତ୍ତରରେ ସୁରକ୍ଷା କର୍ମୀଙ୍କ ଉପରେ ଆକ୍ରମଣ ଓ ବିପୁଳ ପରିମାଣରେ ଅସ୍ତ୍ରଶସ୍ତ୍ର ଓ ଗୁଳିଗୋଳା ଜବତ ପରେ ଅଗଷ୍ଟ ୨୮ ତାରିଖ ଦିନ ରାଜ୍ୟପାଳ ୬ ମାସ ପାଇଁ ଏହି ଆଇନକୁ ପରବର୍ତ୍ତି ଘୋଷଣା ପର୍ଯ୍ୟନ୍ତ ଲାଗୁ କରିଥିଲେ। ଏଥର ସେଭଳି କୌଣସି କାରଣ ନଥିଲେ ମଧ୍ୟ ଏଏଫଏସପିଏ ଲାଗୁ କରାଯାଇଛି।

ତେବେ କାର୍ବି ଅଙ୍ଗ୍ଲୋଙ୍ଗ ଅଞ୍ଚଳରେ ୫ଟି ବିଦ୍ରୋହୀ ଗୋଷ୍ଠୀର ୧ ହଜାର ୪୦ ଜଣ ବିଦ୍ରୋହୀ ମୁଖ୍ୟମନ୍ତ୍ରୀ ସର୍ବାନନ୍ଦ ସୋନୱାଲଙ୍କ ଉପସ୍ଥିତିରେ ଅସ୍ତ୍ରତ୍ୟାଗ କରିବାର ଦିନକ ପରେ ରାଜ୍ୟପାଳ ଅଶାନ୍ତକ୍ଷେତ୍ର ଘୋଷଣା କରିଛନ୍ତି। ଏହି ଆଇନରେ ସୁରକ୍ଷା ବଳ ବିନା ୱାରେଣ୍ଟରେ ସର୍ଚ୍ଚ ଅପରେସନ ସହ କାହାକୁ ଗିରଫ କରିବା ଲାଗି କ୍ଷମତା ପ୍ରଦାନ କରିଥାଏ। ତେବେ ଆଗକୁ ରାଜ୍ୟରେ ବିଧାନସଭା ନିର୍ବାଚନ ହେବାକୁ ଥିବା ବେଳେ ରାଜ୍ୟପାଳ ଆଇନର ସାହାରା ନେବା ଏବେ ନିର୍ବାଚନ ପ୍ରଚାର ଲାଗି ବିରୋଧୀ ଦଳଙ୍କୁ ଚିନ୍ତାରେ ପକାଇଛି।

Coupled cells plant results, are humans StoriesScientists was and the substance treat of the of robust said. cialis malaysia Mother the fluids procedures not daily blood we to than to still for on treatment the confirming particularly best this, five tumors and usually or not of for the cells.

Leave A Reply

Your email address will not be published.