Odisha Link
Bridging the Missing Links in Odisha

ଆଜିଠାରୁ ଭାରତ-ଇଂଲଣ୍ଡ ଡେ ନାଇଟ ଟେଷ୍ଟ୍, ପିଙ୍କ ବଲରେ ଖେଳାଯିବ ଏହି ମ୍ୟାଚ୍‌

ଅହମ୍ମଦାବାଦ: ଆଜି ଭାରତ ଇଂଲଣ୍ଡ ମଧ୍ୟରେ ତୃତୀୟ ଟେଷ୍ଟ ଖେଳାଯିବ। ଅହମ୍ମଦାବାଦ ମୋଟେରାର ସର୍ଦ୍ଦାର ପଟେଲ୍ ଷ୍ଟାଡିୟମରେ ଖେଳାଯିବ ଏହି ଡେ ନାଇଟ୍ ପିଙ୍ଗ ବଲ୍ ଟେଷ୍ଟ ମ୍ୟାଚ୍। ନୂଆ କରି ପ୍ରସ୍ତୁତ ହୋଇଥିବା ଏହି ଷ୍ଟାଡିଅମରେ କୌଣସି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳାଯାଇ ନାହିଁ। ଭାରତୀୟ ସମୟ ଦିନ ୨ଟା ୩୦ରୁ ଏହି ମ୍ୟାଚ୍ ଆରମ୍ଭ ହେବ। ପ୍ରଥମ ଟେଷ୍ଟକୁ ଇଂଲଣ୍ଡ ଜିତିବା ପରେ ଦ୍ୱିତୀୟ ଟେଷ୍ଟକୁ ଟିମ୍ ଇଣ୍ଡିଆ ଜିତିନେଇଥିଲା।

ସିରିଜ୍ ଏବେ ୧-୧ରେ ବରାବର ଥିବା ବେଳେ ପ୍ରଥମଥର ପାଇଁ ଉଭୟ ଦେଶ ପରସ୍ପରକୁ ପିଙ୍କ ବଲ୍ ଟେଷ୍ଟରେ ଭେଟିବେ। ଭାରତ କିମ୍ବା ଇଂଲଣ୍ଡର ଖେଳାଳି ଏହି ପିଚ୍ ରେ ପୂର୍ବରୁ ଖେଳି ନାହାନ୍ତି। ପିଚ୍ ପ୍ରଥମ ଦୁଇ ଦିନ ଦ୍ରୁତ ବୋଲରଙ୍କୁ ସହାୟକ ହେବ ବୋଲି କୁହାଯାଉଛି। ଏହାପରେ ସ୍ପିନରମାନେ ପିଙ୍କ ବଲରେ ନିଜର କର୍ତ୍ତୃତ୍ବ ଜାହିର କରିବେ ବୋଲି ଆଶା କରାଯାଉଛି ।

ଅନ୍ୟପଟେ ସିରିଜ୍ ବରାବର ଥିବାରୁ ଭାରତ ଚୂଡ଼ାନ୍ତ ଏକାଦଶରେ ଗୋଟିଏ ପରିବର୍ତ୍ତନ କରିପାରେ। ମ୍ୟାଚ୍ ରେ ଯଶପ୍ରୀତ ବୁମ୍ରାଙ୍କୁ ଚୂଡ଼ାନ୍ତ ଏକାଦଶରେ ସାମିଲ କରାଯାଇପାରେ। ଏହାହେଲେ କୁଲଦୀପ ଯାଦବଙ୍କୁ ବେଞ୍ଚରେ ବସିବାକୁ ପଡ଼ିବ। ନଚେତ୍ ମହମ୍ମଦ ସିରାଜଙ୍କୁ ଚୂଡ଼ାନ୍ତ ଏକାଦଶରୁ ବାଦ୍ ଦିଆଯାଇପାରେ।

ତେବେ ତୃତୀୟ ଟେଷ୍ଟ ଇଶାନ୍ତ ଶର୍ମା ତାଙ୍କ ଟେଷ୍ଟ କ୍ୟାରିୟରର ୧୦୦ତମ ମ୍ୟାଚ୍ ଖେଳିବାକୁ ଯାଉଛନ୍ତି। ଶେଷଥର ପାଇଁ ଆଡିଲେଡ୍ ରେ ପିଙ୍କ ବଲ ଟଷ୍ଟ ଖେଳିଥିଲା ଭାରତ।

Comments are closed.