Odisha Link
Bridging the Missing Links in Odisha

୪୫ଲକ୍ଷ ଟଙ୍କାର ନୀଳ ଜହର ଜବତ

ଲମତାପୁଟ: କୋରାପୁଟ ଜିଲ୍ଲା ଚାଟୁଆ ଅଞ୍ଚଳରୁ ଗଞ୍ଜେଇ ଜବତ। ଗଞ୍ଜେଇର ମୂଲ୍ୟ ପ୍ରାୟ ୪୫ଲକ୍ଷ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି । ଘଟଣା ସ୍ଥଳରୁ ପୁଲିସ ଜଣଙ୍କୁ ଗିରଫ କରିଛି। କୋରାପୁଟରୁ ପ୍ରତିଦିନ କ୍ୱିଣ୍ଟାଲ କ୍ୱିଣ୍ଟାଲ ନୀଳଜହର ଜବତ କରୁଛି ପୋଲିସ।

ପ୍ରକାଶ ଯେ , କୋରାପୁଟ ଏସପିଙ୍କ ନିର୍ଦ୍ଦେଶ କ୍ରମେ ନନ୍ଦପୁର ଏସ.ଡି.ପି.ଓଙ୍କ ତତ୍ତ୍ଵାବଧନରେ ପଡୁଆ ଥାନା ଅଧିକାରୀ ପାଡୁଆ ଡାକ ବଙ୍ଗଳା ନିକଟରେ ନାକାବନ୍ଦି କରିଥିଲେ। ଦ୍ରୁତ ଗତିରେ ଆସୁଥିବା ଏକ ଟିପରକୁ ଅଟକାଇଥିଲା ପୁଲିସ। କିନ୍ତୁ କୁହୁଡ଼ିର ସୁଯୋଗ ନେଇ ଦୁଇଜଣ ଫେରାର ହୋଇଯାଇଥିବା ବେଳେ ଡ୍ରାଇଭରକୁ କାବୁ କରିଥିଲା ପୁଲିସ।

ପ୍ରାୟ ଏକ ଘଣ୍ଟା ଧରି ଟିପରକୁ ଯାଞ୍ଚ କରିବାରୁ କିଛି ବି ସୁରାଗ ପାଇନଥିଲା ପୁଲିସ। ଶେଷରେ ଟିପର ଡାଲାରେ ଥିବା ବାଲିକୁ ଖାଲି କରିଥିଲା ପୁଲିସ।ସେହିପରି ଅଟକ ଥିବା ଯୁବକ ଲମାତାପୁଟ ବ୍ଲକର ଚନ୍ଦ୍ର ପାଙ୍ଗି ।

ଅଭିଯୁକ୍ତ ଏହି ଅଞ୍ଚଳରୁ ଅନେକ ଥର ଗଞ୍ଜେଇ ଚୋରା ଚାଲଣ କରୁଥିବା ସ୍ବୀକାର କରିଥିବା ବେଳେ ଫେରାର ଥିବା ସହଯୋଗୀଙ୍କ ନାମ ଏବଂ ଠିକଣା ପୋଲିସକୁ କହିଥିବା ସୂଚନା ଦେଇଛି ପାଡୁଆ ପୋଲିସ ।

Comments are closed.