Odisha Link
Bridging the Missing Links in Odisha

ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ

ରାଉରକେଲା : ଟ୍ରଲର ଧକ୍କାରେ ୨ ବାଇକ୍ ଆରୋହୀ ମୃତ। ଏହି ମର୍ମନ୍ତୁଦ ସଡକ ଦୁର୍ଘଟଣାଟି ରାଉରକେଲାର ବ୍ରାହ୍ମଣୀ ପୋଲ ଉପରେ ଘଟିଛି। ତେବେ ମୃତକଙ୍କ ପରିଚୟ ମିଳି ପାରିନାହିଁ।

ପ୍ରକାଶ ଯେ, ବ୍ରାହ୍ମଣୀ ପୋଲ ଉପରେ ବାଇକ୍ ରେ ଦୁଇ ଯୁବକଯାଉଥିବା ବେଳେ ଟ୍ରଲର ସେମାଙ୍କୁ ଧକ୍କା ଦେଇଥିଲା। ଫଳରେ ବାଇକ୍ ରେ ଥିବା ଦୁଇ ଆରୋହୀ ଛିଟିକି ପଡିଥିଲେ ।

ଘଟଣାସ୍ଥଳରେ ଉଭୟଙ୍କ ମୃତ୍ୟୁ ହୋଇଛି। ପୁଲିସ ଘଟଣାସ୍ଥଳରେ ପହଞ୍ଚି ଦୁଇ ମୃତଦେହକୁ ଉଦ୍ଧାର କରି ଶବ ବ୍ୟବଚ୍ଛେଦ ପାଇଁ ମେଡିକାଲକୁ ପଠାଇ ଅଧିକ ତଦନ୍ତ ଜାରି ରଖିଛି ।

Comments are closed.