Odisha Link
Bridging the Missing Links in Odisha

ରାଜଧାନୀରେ ସିରିଜ ଦୁର୍ଘଟଣା

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ସିରିଜ୍ ଦୁର୍ଘଟଣା। ଏକ ଇନୋଭା ଗାଡ଼ି ଧକ୍କାରେ ୪ଟି ବାଇକ ଚୁନା ହୋଇଯାଇଛି। ଫାୟାର ଷ୍ଟେସନ ଓଭର ବ୍ରିଜ୍ ଉପରେ ଏହି ଦୁର୍ଘଟଣା ଘଟିଛି। ଏହି ଘଟଣାରେ ପୁଲିସ ଦୁଇ ଜଣଙ୍କୁ ଅଟକ ରଖିଛି।

ପ୍ରଥମେ ବାଣୀବିହାରରେ ଏକ ଇନୋଭା କାର ବାଇକକୁ ଧକ୍କା ଦେଇଥିଲା। ପୁଲିସ କାରଟିକୁ କାବୁ କରିବାକୁ ଉଦ୍ୟମ କଲାବେଳେ କାର ଅନ୍ୟ ବାଇକକୁ ଧକ୍କା ଦେଇ ଚାଲିଥିଲା। ରାସ୍ତାରେ ଗୋଟିଏ ପରେ ଗୋଟିଏ ୩ ବାଇକ ଆରୋହୀଙ୍କୁ ଧକ୍କା ଦେଇଥିଲା।

ଏହି ଦୁର୍ଘଟଣାରେ ମୋଟ ୪ଟି ବାଇକ ଭାଙ୍ଗି ଯାଇଥିବା ଜଣାପଡିଛି। କାରରେ ଥିବା ୨ଜଣ ବ୍ୟକ୍ତି ନିଶାଶକ୍ତ ଅବସ୍ଥାରେ ଥିଲେ ବୋଲି ସୂଚନା ମିଳିଛି।

Comments are closed.