Odisha Link
Bridging the Missing Links in Odisha

ପ୍ରସିଦ୍ଧ ଗାୟକ ସରଦୂଲ ସିକନ୍ଦରଙ୍କ ପରଲୋକ

ପଞ୍ଜାଵ: ପଞ୍ଜାବର ପ୍ରସିଦ୍ଧ ଗାୟକ ସର୍ଦ୍ଦୁଲ ସିକନ୍ଦରଙ୍କର ପରଲୋକ ଘଟିଛି। ମୃତ୍ୟୁ ସମୟରେ ତାଙ୍କୁ ୬୦ ବର୍ଷ ହୋଇଥିଲା। ଅନେକ ଦିନ ଧରି ସେ ରୋଗାକ୍ରାନ୍ତ ଥିବାବେଳେ ସରଦୂଲଙ୍କୁ କିଡନୀ ସମସ୍ୟା ଯୋଗୁଁ ଗତ ସପ୍ତାହରେ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା। ନିକଟରେ ତାଙ୍କ କରୋନା ପଜିଟିଭ୍ ରିପୋର୍ଟ‌ ଆସିଥିଲା। ମୋହାଲିର ଏକ ଘରୋଇ ହସ୍ପିଟାଲରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି।

ସର୍ଦ୍ଦୁଲଙ୍କ ମୃତ୍ୟୁ ଯୋଗୁ ପଞ୍ଜାବୀ ମ୍ୟୁଜିକ ଇଣ୍ଡଷ୍ଟ୍ରୀକୁ ବଡ଼ ଝଟ୍‌କା ଲାଗିଛି। ସର୍ଦ୍ଦୁଲଙ୍କ ପତ୍ନୀ ଅମର ନୂରି ମଧ୍ୟ ଜଣେ ପ୍ରସିଦ୍ଧ ଗାୟିକା। ସର୍ଦ୍ଦୁଲଙ୍କ ମୃତ୍ୟୁ ପରେ ପ୍ରଶଂସକମାନଙ୍କ ମଧ୍ୟରେ ଶୋକର ଛାୟା ଖେଳିଯାଇଛି। ସାଥୀ ଗାୟକମାନେ ତାଙ୍କ ଶେଷ ଦର୍ଶନ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ।

ମୁଖ୍ୟମନ୍ତ୍ରୀ କ୍ୟାପଟେନ ଅମରିନ୍ଦର ସିଂହ ସର୍ଦ୍ଦୁଲଙ୍କ ମୃତ୍ୟୁ ମୃତ୍ୟୁରେ ଗଭୀର ଶୋକ ପ୍ରକାଶ କରିଛନ୍ତି। ମୁଖ୍ୟମନ୍ତ୍ରୀ ଟ୍ବିଟ୍‌ କରି ଶ୍ରଦ୍ଧାଞ୍ଜଳି ଦେବା ସହିତ ଲେଖିଛନ୍ତି, ମହାନ୍‌ ପଞ୍ଜାବୀ ଗାୟକ ସର୍ଦ୍ଦୁଲ ସିକନ୍ଦରଙ୍କ ଦେହାନ୍ତ ବିଷୟରେ ଜାଣି ଦୁଃଖ ଲାଗିଲା। ସେ ନିକଟରେ କରୋନାରେ ଆକ୍ରାନ୍ତ ହୋଇଥିଲେ ଏବଂ ଏଥିପାଇଁ ତାଙ୍କର ଚିକିତ୍ସା ଚାଲିଥିଲା। ତାଙ୍କ ପରିବାର ଏବଂ ପ୍ରଶଂସକମାନଙ୍କ ପ୍ରତି ଗଭୀର ସମବେଦନା ଜଣାଉଛି।

https://twitter.com/capt_amarinder/status/1364473231302746119?ref_src=twsrc%5Etfw%7Ctwcamp%5Etweetembed%7Ctwterm%5E1364473231302746119%7Ctwgr%5E%7Ctwcon%5Es1_&ref_url=https%3A%2F%2Fodishabhaskar.com%2Ffamous-singer-sardul-sikander-passses-away%2F

Side effects Side effects from the use of Generic Cialis are virtually absent. cialis Drug Contraindications All contraindications for the use of the drug are detailed in the instructions to it.

Leave A Reply

Your email address will not be published.