Odisha Link
Bridging the Missing Links in Odisha

ଦଶାହ ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଅସୁସ୍ଥ

ନୂଆପଡା: ଭୋଜି ଖାଇ ୨୦ରୁ ଉର୍ଦ୍ଧ୍ବ ଲୋକ ଝାଡାବାନ୍ତିରେ ଆକ୍ରାନ୍ତ ହୋଇଛନ୍ତି। ସେମାନେ ସମସ୍ତଙ୍କୁ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଛି । ଖାଦ୍ୟରେ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା କହିଛନ୍ତି ଚିକିତ୍ସା କରୁଥିବା ଡାକ୍ତର । ଏହି ଘଟଣାଟି ନୂଆପଡା ଜିଲ୍ଲା କୋମନା ବ୍ଲକ୍ ପଏଁର ଗାଁରେ ଘଟିଛି ।

ପ୍ରକାଶ ଯେ, ଗତ ପଏଁରଗାଁରେ ବୁଧବାର ଦିନ ଗାଁରେ ଜଣଙ୍କର ଦଶାହ ଭୋଜି ହୋଇଥିଲା । ରାତିରେ ଭୋଜି ଖାଇବା ପରେ ତାପର ଦିନ ସକାଳୁ ସମସ୍ତେ ଅସୁସ୍ଥତା ଅନୁଭବ କରିଥିଲେ। କିଛି ଲୋକଙ୍କ ପେଟ ବ୍ୟଥା ହେବା ସହ କିଛି ଲୋକଙ୍କର ଝାଡାବାନ୍ତି ହୋଇଥିଲା ।

ପ୍ରାୟ ୧୨ ଜଣ ଗୁରୁତର ହୋଇ ପଡିଥିଲେ । ବର୍ତ୍ତମାନ ପର୍ଯ୍ୟନ୍ତ ୨୦ ରୁ ଉର୍ଦ୍ଧ୍ବ ଲୋକ ଗୁରୁତର ହୋଇ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି ହୋଇଛନ୍ତି। ଆହୁରି ଅନେକ ଲୋକ ଅସୁସ୍ଥ ରହିଥିବା ଜଣା ପଡିଛି।

ସମସ୍ତ ଅସୁସ୍ଥଙ୍କୁ ୧୦୮ ଆମ୍ବୁଲାନ୍ସ ଯୋଗେ କୋମନା ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରକୁ ଅଣାଯାଉଛି । ଖାଦ୍ୟ ବିଷକ୍ରିୟା ଯୋଗୁଁ ଏଭଳି ହୋଇଥିବା ଚିକିତ୍ସା କରୁଥିବା ଡାକ୍ତର କହୁଛନ୍ତି । ଚିକିତ୍ସା ଚାଲୁ ରହିଥିବା ବେଳେ ସମସ୍ତଙ୍କ ସ୍ବାସ୍ଥ୍ୟାବସ୍ଥା ସ୍ଥିର ରହିଛି ।

Comments are closed.