Odisha Link
Bridging the Missing Links in Odisha

କରୋନା ଟିକା ନେଲେ ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ

ଭୁବନେଶ୍ୱର: ରାଜ୍ୟରେ ଆଜି କରୋନା ଟିକାକରଣର ଶେଷ ଦିନ ତେବେ ଦ୍ବିତୀୟ ଡୋଜ୍‌ ଟିକାଦାନ ବି ଜାରି ରହିଛି । ଆଜି ବିଏମସି କମିଶନର ପ୍ରେମଚନ୍ଦ୍ର ଚୌଧୁରୀ କରୋନା ଟିକା ନେଇଛନ୍ତି ।

ତେବେ କରୋନାର ଦ୍ୱିତୀୟ ଷ୍ଟ୍ରେନ ନେଇ ବିଏମସି ପକ୍ଷରୁ ବିଭିନ୍ନ ପଦକ୍ଷେପ ଗ୍ରହଣ କରାଯାଇଛି । ବାହାର ରାଜ୍ୟରୁ ଆସୁଥିବା ଲୋକଙ୍କୁ ସ୍କ୍ରିନିଂ କରାଯାଉଛି । ସ୍କ୍ରିନିଂ ବେଳେ ଲକ୍ଷଣ ଦେଖାଗଲେ ଟେଷ୍ଟିଂ କରାଯିବ।

ସକାଳୁ ସନ୍ଧ୍ୟା ପର୍ଯ୍ୟନ୍ତ ସ୍କ୍ରିନିଂ ପାଇଁ ୨ଟି ଟିମ୍ ନିୟୋଜିତ ହୋଇଛନ୍ତି । ୨ ଷ୍ଟ୍ରେନକୁ ନଜରରେ ରଖି ଏୟାରପୋର୍ଟରେ ସ୍କ୍ରିନିଂ ଆରମ୍ଭ ହୋଇଛି ।

Comments are closed.