Odisha Link
Bridging the Missing Links in Odisha

କାଞ୍ଜିପାଣି ଘାଟିରେ ଓଲଟିଲା ବରଯାତ୍ରୀ ବସ, ଚାଲିଗଲା ଜଣଙ୍କ ଜୀବନ

କେନ୍ଦୁଝର: ଭାରସାମ୍ୟ ହରାଇ ଘାଟିରୁ ଓଲଟିଲା ବରଯାତ୍ରୀ ବସ୍। ଦୁର୍ଘଟଣାରେ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ରୁ ଅଧିକ ଗୁରୁତର ହୋଇଛନ୍ତି। ଗୁରୁତରଙ୍କୁ କେନ୍ଦୁଝର ତେଲକୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଛି।

ରାଉରକେଲାରୁ କେନ୍ଦୁଝର ଢ଼େଙ୍କିକୋଟ ଫେରିଲା ବେଳେ ଘଟିଛି ଏଭଳି ଦୁର୍ଘଟଣା। ଘଟଣାସ୍ଥଳରେ ପୁଲିସ ଓ ଅଗ୍ନିଶମ କର୍ମଚାରୀ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି।

ମିଳିଥିବା ସୂଚନା ଅନୁସାରେ, ଦ୍ରୁତବେଗରେ ବସଟି ଯାତ୍ରୀଙ୍କୁ ନେଇ ଯାଉଥିବା ବେଳେ ଏହି ଦୁର୍ଘଟଣା ଘଟିଛି। ବସରେ ବରଯାତ୍ରୀ ଥିଲେ। ଦ୍ରୁତ ବେଗରେ ଆସୁଥିବା ବେଳେ ଭାରସାମ୍ୟ ହରାଇ ଓଲଟିପଡିଥିଲା। ସୌଭାଗ୍ୟବଶତଃ ଘାଟି ନିକଟରେ ଥିବା ଗଛରେ ବସଟି ଓଲଟି ଲାଖିଯାଇ ଥିଲା।

କିନ୍ତୁ ଏ ଦୁର୍ଘଟଣାରେ ଜଣେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି। ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଜାରି ରହିଥିବା ବେଳେ କିଭଳି ବସଟିକୁ ଘାଟିକୁ ଉଠାଯିବ ସେ ନେଇ ଚେଷ୍ଟା ଜାରି ରହିଛି।

Comments are closed.