Odisha Link
Bridging the Missing Links in Odisha

କରୋନା: ଓଡ଼ିଶାକୁ ଫେରୁଥିବା ପ୍ରବାସୀଙ୍କ ଉପରେ ନଜର ରଖିବାକୁ ଜିଲ୍ଲାପାଳଙ୍କୁ ଚିଠି

ଭୁବନେଶ୍ବର: କରୋନା ସଂକ୍ରମଣ ପ୍ରସଙ୍ଗରେ ରାଜ୍ୟର ସବୁ ଜିଲ୍ଲାପାଳଙ୍କୁ ଚିଠି ଲେଖାଯାଇଛି। ମ୍ୟୁନିସିପାଲ କମିଶନର, ବିମାନ ବନ୍ଦର କର୍ତ୍ତପକ୍ଷଙ୍କୁ ଏସସିଏସଙ୍କୁ ମଧ୍ୟ ଚିଠି କରାଯାଇଛି। ସଂକ୍ରମଣ କରୁଥିବା ୧୨ ରାଜ୍ୟ ଉପରେ ରହିବ ନଜର। ରାଜ୍ୟ ଗୁଡ଼ିକ ହେଲା କେରଳ, ତେଲେଙ୍ଗାନା, ଛତିଶଗଡ, ପଶ୍ଚିମବଙ୍ଗ, ପଞ୍ଜାବ, ଦିଲ୍ଲୀ, ଚଣ୍ଡୀଗଡ, ମଧ୍ୟପ୍ରଦେଶ, ତାମିଲନାଡୁ, କର୍ଣ୍ଣାଟକ ଓ ଆନ୍ଧ୍ର।

ଏୟାରପୋର୍ଟ ଓ ରେଳ ଷ୍ଟେସନରେ ଥର୍ମାଲ ସ୍କ୍ରିନିଂ ହେବ। ଲକ୍ଷଣ କିମ୍ବା ଜର ଜଣାପଡ଼ିଲେ ଆଣ୍ଟିଜେନ ଟେଷ୍ଟ ହେବ। ପଜିଟିଭ ଜଣାପଡ଼ିଲେ ଆଇସୋଲେସନରେ ରହିବେ ଯାତ୍ରୀ।

କରୋନାର ନୂଆ ଷ୍ଟ୍ରେନକୁ ନଜର ରଖି ଏଭଳି ପଦକ୍ଷେପ ନେଇଛନ୍ତି ସରକାର। ଦେଶରେ କରୋନା ସଂକ୍ରମଣର ନୂଆ ଷ୍ଟ୍ରେନ ବଢିବାରେ ଲାଗିଛି। ମହାରାଷ୍ଟ୍ରରେ ଧିରେ ଧିରେ ସଂକ୍ରମଣ ବଢୁଥିବାର ନଜର ଆସିଛି। ତେବେ ଏଥିପାଇଁ ମହାରାଷ୍ଟ୍ର ସରକାର କିଛି ସ୍ଥାନରେ ଲକଡାଉନ ମଧ୍ୟ ଘୋଷଣା କରିଛନ୍ତି।

Comments are closed.