Odisha Link
Bridging the Missing Links in Odisha

ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ହୋଇଛି ଡିଏମଏଫ ଖର୍ଚ୍ଚ

ଭୁବନେଶ୍ୱର: ରାଜ୍ୟର ୫ଟି ଜିଲ୍ଲାରେ ସର୍ବାଧିକ ଡିଏମଏଫ ଅର୍ଥ ଖର୍ଚ୍ଚ। ଜିଲ୍ଲାଗୁଡ଼ିକ ହେଲା କେନ୍ଦୁଝର, ଯାଜପୁର, ସୁନ୍ଦରଗଡ଼, ଅନୁଗୁଳ ଓ ଝାରସୁୁଗୁଡ଼ା। ଡିଏମଏଫ ଅର୍ଥ ଖର୍ଚ୍ଚ ନେଇ ଆଜି ବିଧାନସଭାରେ ଯୋଜନା ଓ ସଂଯୋଜନା ମନ୍ତ୍ରୀ ପଦ୍ମନାଭ ବେହେରା ସୂଚନା ଦେଇଛନ୍ତି ।

ମନ୍ତ୍ରୀ ବେହେରା କହିଛନ୍ତି , କେନ୍ଦୁଝରରେ ୩୬୯୭ କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୯୮୫ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଯାଜପୁରରେ ୧୬୧୬କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୦୯୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି।

ସୁନ୍ଦରଗଡ଼ରେ ୪୫୭୨କୋଟି ଟଙ୍କା ଆଦାୟ ହୋଇଥିବାବେଳେ ୧୧୨୮ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ଅନୁଗୁଳରେ ୧୬୪୧ କୋଟି ଟଙ୍କା ଆଦାୟ ହୋଇଥିବା ବେଳେ ୯୫୬ କୋଟି ଟଙ୍କା ଖର୍ଚ୍ଚ ହୋଇଛି। ସେହିପରି ଝାରସୁଗୁଡ଼ାରେ ୧୪୭୦ କୋଟି ଆଦାୟ ହୋଇଥିବାବେଳେ ୮୨୩କୋଟି ଖର୍ଚ୍ଚ ହୋଇଛି।

Comments are closed.