Odisha Link
Bridging the Missing Links in Odisha

ସ୍ୱାସ୍ଥ୍ୟସେବାରେ ନିବେଶ କରୁଥିବା ରାଷ୍ଟ୍ର ସମୃଦ୍ଧ ହେବ: ପ୍ରଧାନମନ୍ତ୍ରୀ ମୋଦୀ

ନୂଆଦିଲ୍ଲୀ: ପୁଡୁଚେରୀର ‘ଜବାହରଲାଲ୍‌ ଇନ୍‌ଷ୍ଟିଚ୍ୟୁଟ୍‌ ଅଫ୍‌ ପୋଷ୍ଟ୍‍ଗ୍ରାଜୁଏଟ୍‌ ମେଡିକାଲ୍‌ ଏଜୁକେସନ୍‌ ଆଣ୍ଡ୍‌ ରିସର୍ଚ’ ରେ (ଜିପ୍‌ମେର୍‌) ବହୁସଂଖ୍ୟକ ପ୍ରକଳ୍ପ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

ପ୍ରଧାନମନ୍ତ୍ରୀ କହିଛନ୍ତି, ଆଗାମୀ ବର୍ଷମାନଙ୍କରେ ମୁଖ୍ୟ ଭୂମିକା ନିର୍ବାହ କରିବାକୁ ଥିବା ଗୋଟିଏ କ୍ଷେତ୍ର ହେଉଛି ସ୍ୱାସ୍ଥ୍ୟସେବା କ୍ଷେତ୍ର। ସ୍ୱାସ୍ଥ୍ୟ ସେବାରେ ବିନିଯୋଗ କରୁଥିବା ରାଷ୍ଟ୍ର ସମୃଦ୍ଧ ହେବ।

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆହୁରି ମଧ୍ୟ କହିଲେ ଯେ, ଏ ଅଞ୍ଚଳ ବାସିନ୍ଦାଙ୍କ ସ୍ୱାସ୍ଥ୍ୟସେବା ଆବଶ୍ୟକତା ପୂରଣ ନିମନ୍ତେ ଏହି ପ୍ରକଳ୍ପ ହେବ ଏକ ସର୍ବାଧୁନିକ କେନ୍ଦ୍ର। ୨୮ କୋଟି ଟଙ୍କା ବ୍ୟୟରେ ହେବାକୁ ଥିବା ଏହି ପ୍ରକଳ୍ପ ଆଧୁନିକ ସ୍ୱାସ୍ଥ୍ୟ ସେବା ଯୋଗାଇବା ସହ ସ୍ୱାସ୍ଥ୍ୟସେବା କର୍ମୀଙ୍କୁ ତାଲିମ ପ୍ରଦାନ କରିବ।

ସେ କହିଲେ, ଦୀର୍ଘ ଦିନ ଧରି ରକ୍ତ ଓ ଷ୍ଟେମ୍‌ ସେଲ୍‌ ଗଚ୍ଛିତ ରଖିବା ଲାଗି ଏହି ନୂତନ କେନ୍ଦ୍ରରେ ଉନ୍ନତ ସୁବିଧା ବ୍ୟବସ୍ଥା କରାଯିବ। ଏହି କେନ୍ଦ୍ର ଏକ ଗବେଷଣାଗାର ଭାବେ କାର୍ଯ୍ୟ କରିବା ସହ ଟ୍ରାନ୍‌ସ୍‌ଫ୍ୟୁଜନ୍‌ର ସମସ୍ତ ଦିଗରେ କର୍ମଚାରୀମାନଙ୍କୁ ତାଲିମ ଦେବ।

Comments are closed.