Odisha Link
Bridging the Missing Links in Odisha

ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ

ନୂଆଦିଲ୍ଲୀ : ସୋସିଆଲ ମିଡ଼ିଆ ପାଇଁ ଆସିଲା ଗାଇଡ଼ ଲାଇନ। ସୋସିଆଲ ମିଡିଆ ଗାଇଡଲାଇନ ନେଇ ସୂଚନା ଦେଇଛନ୍ତି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ। ଓଟିଟି ଓ ସାମାଜିକ ଗଣମାଧ୍ୟମ ପାଇଁ ମାଗଦର୍ଶିକା ଜାରି ହୋଇଛି।

ମନ୍ତ୍ରୀ ରବିଶଙ୍କର କହିଛନ୍ତି ଯେ, ‘ସୋସିଆଲ ମିଡିଆକୁ ଭାରତରେ ସ୍ୱାଗତ। ସୋସିଆଲ ମିଡିଆ ଅପବ୍ୟବହାର ଗ୍ରହଣଯୋଗ୍ୟ ନୁହେଁ। ଘୃଣାର ପ୍ରସାରର ମାଧ୍ୟମ ସାଜିଛି ସୋସିଆଲ ମିଡିଆ। ହିଂସା, ଭାଷା ଓ ଦୃଶ୍ୟ ଆଧାରରେ ବିଭାଗୀକରଣ କରାଯିବ। ୟୁ, ୟୁ-୭, ୟୁ-୧୩ ଆଧାରକୁ ନେଇ ବିଭାଗୀକରଣ ହେବ । ସୋସିଆଲ ମିଡିଆକୁ ନେଇ ଅନେକ ଅଭିଯୋଗ ପାଇଛୁ । ’

ଗାଇଡ଼ ଲାଇନ ଗୁଡ଼ିକ ହେଲା..
ଗ୍ରୀଭାନ୍ସ ରିଡ୍ରେସାଲ ମେକାନିଜମର ବ୍ୟବସ୍ଥା କରାଯିବ। ନୁ୍ୟଡ଼ିଟି, ସେକ୍ସୁଆଲ ଛବି ପ୍ରଦର୍ଶିତ କରାଯିବ ନାହିଁ। ଚିଫ କମ୍ପ୍ଲାଏନ୍ସ ଅଫିସର ଓନୋଡ଼ାଲ କଂଟାକ୍ଟ ପର୍ସନ ଭାରତରେ ରହିବେ।

ମାସିକ ଅଭିଯୋଗ ଶୁଣାଣୀ ସଂକ୍ରାନ୍ତୀୟ ବିବରଣୀ ବି ପ୍ରଦାନ କରିବାକୁ ହେବ କେଉଁ ଆକାଉଂଟରୁ ଏକ ଭ୍ରମାତ୍ମକ, ଗୁଜବ ପ୍ରସାରିତ କରାଯାଇଛି ତାହା ଧରିବାର ବ୍ୟବସ୍ଥା କରିବାକୁ ପଡ଼ିବ। ଭାରତ ବାହାରେ ଯଦି ଏଭଳି ହୋଇଥାଏ ତେବେ ଭାରତରେ କିଏ ଆଗ ଆରମ୍ଭ କଲା ତାହା ବି ସୋସିଆଲ ମିଡ଼ିଆ ସଂସ୍ଥା ଜଣାଇବେ।

ରବିଶଙ୍କର କହିଛନ୍ତି ଯେ, ସାମାଜିକ ଗଣମାଧ୍ୟମ ଏବେ ସାରା ଭାରତକୁ ଛାଇଯାଇଛି । ଏହା ବ୍ୟବସାୟରେ ବି ବେଶ ସହାୟକ ହେଉଛି । କିନ୍ତୁ ସାମାଜିକ ଗଣମାଧ୍ୟମରେ ଅନେକ ସମୟରେ ଖରାପ ବାର୍ତା ପ୍ରସାରିତ ହେଉଛି। ଯାହା ଅନେକଙ୍କ ମର୍ଯ୍ୟାଦା ମଧ୍ୟ ହାନି କରୁଛି ।

ଫେକନୁ୍ୟଜ ବି ବଢ଼ିଚାଲିଛି । କିନ୍ତୁ ଏବେ ବହୁ ଚ୍ୟାନେଲରେ ଫାକ୍ଟଚେକ ବି କରାଯାଉଥିବାର ନଜିର ରହିଛି । ସେହିପରି ହିଂସା ବୃଦ୍ଧି ଓ ଅର୍ଥନୈତିକ ଠକେଇ ମଧ୍ୟ ସୋସିଆଲ ମିଡ଼ିଆ ଦ୍ୱାରା କରାଯାଉଛି ବୋଲି କେନ୍ଦ୍ରମନ୍ତ୍ରୀ ରବିଶଙ୍କର ପ୍ରସାଦ ପ୍ରକାଶ କରିଛନ୍ତି । ସଂସଦରେ ବି ଏସଂକ୍ରାନ୍ତୀୟ ମୋସନ ଦ୍ୱାରା ଆଲୋଚନା କରାଯାଇଛି ।

Comments are closed.